jayashree

ବଲାଙ୍ଗିର ସରସ୍ୱତୀ ଶିଶୁ ମନ୍ଦିର କଦମପଡାର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସରସ୍ୱତୀ ଶିଶୁ ମନ୍ଦିର, କଦମପଡାର ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ସଭାପତି ଡକ୍ତର ଭବାନୀ ଶଙ୍କର ପଟେଲ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସହପ୍ରାନ୍ତ ନିରୀକ୍ଷକ ଶିକ୍ଷା ବିକାଶ ସମିତିର ହେମନ୍ତ କୁମାର ଧର, ସଂପାଦକ ତରଣୀ ସେନ ପଟେଲ ଓ ପ୍ରଧାନ ଆଚାର୍ଯ୍ୟ ସୁବ୍ରତ କୁମାର ବେହେରା ମଂଚାସୀନ ଥିଲେ । ଏହି ଅବସରରେ ଶିଶୁ ମନ୍ଦିରର ପତ୍ରିକା ‘ପ୍ରଜ୍ଞା’ର ଲୋକାର୍ପଣ ହୋଇଥିବା ବେଲେ ଏହାକୁ ମୁଖ୍ୟବକ୍ତା ଶ୍ରୀ ଧର ଉନ୍ମୋଚନ କରିଥିଲେ ଏବଂ ସଂପାଦକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟର ବିବରଣୀ ପଠନ କରି, ବିଭିନ୍ନ ସମସ୍ୟାର ସମାଧାନ ପାଇ ମନ୍ତ୍ରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଯାହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଚାର କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଧର ନିଜ ଭାଷଣରେ ଶିଶୁ ମନ୍ଦିରର ଐତିହ୍ୟ ସଂସ୍କୃତିକୁ ସୁନ୍ଦର ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାଲିଙ୍ଗ ବଧ୍ୟ ନିଜ ବକ୍ତବ୍ୟରେ ଶିଶୁ ମନ୍ଦିରର ସଂସ୍କାର ଉପରେ ଆଲୋକପାତ କରିଥିଲେ ଓ ଗୁରୁଜୀ,ଗୁରୁମାମାନଙ୍କ ପ୍ରଶସ୍ତି ଗାନ କରି ଶିକ୍ଷାର ଗୁଣାତ୍ମକ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରିବାକୁ ସେ ଉପଦେଶ ଦେଇଥିଲେ । ସଭାପତି ଡକ୍ତର ଭବାନୀ ଶଙ୍କର ପଟେଲ ଶିଶୁ ମନ୍ଦିରର ପରିଚାଳନା ସମିତିର ଗୁଣ ଗାନ କରି ଅଭିଭାବକ ଓ ଗୁରୁଜୀ,ଗୁରୁମାମାନଙ୍କ ସହଭାଗିତା କାମନା କରିଥିଲେ । ଶେଷରେ ଶିଶୁ ମନ୍ଦିର ସହ ପ୍ରଧାନ ଆଚାର୍ଯ୍ୟ ତ୍ରିନାଥ କୁଅଁର ଧନ୍ୟବାଦ ଦେଇଥିଲେ ଓ ସଭାପତି ଆଦେଶ କ୍ରମେ ସଭାସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ୧୫ଟି ଇଭେଣ୍ଟ ଉପସ୍ଥାପନ କରାଯାଇଥିଲା । ଏହି ଉତ୍ସବକୁ ସାଂସ୍କୃତିକ ପ୍ରମୁଖ ନିରୁପମା ପାଣିଗ୍ରାହୀ ତଥା ସମସ୍ତ ଗୁରୁଜୀ,ଗୁରୁମା ମାନେ ଅତି ଉତ୍ସାହ ସହ ପରିଚାଳିତ କରି ସଫଳ କରି ପାରିଥିଲେ ତା’ସହ ମାତୃଶକ୍ତିର ସହ ଯୋଗାଯୋଗ ସଫଳତା ଆଣିବାରେ ବିଶେଷ ସାହାଯ୍ୟ କରିଥିଲେ । ଦିଲିପ ସିଂଦେଓ ଓ ଜାଙ୍କ ସାଥି ସାଂସ୍କୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.