ତୁଷୁରା, (କେପିଏନ୍ଏସ୍) : ଡାହିମାଲ କ୍ଲଷ୍ଟରର ସପ୍ତମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇ ଶିକ୍ଷାର ମାନ ବୃଦ୍ଧି ତଥା ସାମଗ୍ରୀକ ବିକାଶ ପାଇଁ ସମସ୍ତେ ସାହାଯ୍ୟର ହାତ ବଢ଼ାଇବାକୁ ଆହ୍ଵାନ ଦେଇଥିଲେ । ସ୍ଥାନୀୟ ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ଡିସେମ୍ବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୈଠକ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ମନୋରଞ୍ଜନ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପୀତବାସ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଶାନ୍ତ ମେହେର ମୌଳିକ ସାକ୍ଷରତା ଓ ଶିକ୍ଷକ ହେମସାଗର ଷଡ଼ଙ୍ଗୀ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ ।