jayashree

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଏସ୍.ଟି.ଡ଼ି.ଏ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଫଳତା ଜୀବନର ଲକ୍ଷ୍ୟସ୍ଥଳ ନୁହେଁ, ଏହା ଏକ ଦୀର୍ଘଯାତ୍ରା ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମାଝୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଉମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଲେ ଯେ, ଛାତ୍ର ଜୀବନ ଭବିଷ୍ୟତ ଗଢ଼ିବାର ଉପଯୁକ୍ତ ସମୟ ଓ ଏହି ସମୟରେ ସେମାନେ ଅବସାଦ ଠାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ଉନ୍ମୋଚନ କରିବାକୁ ପଡ଼ିବ । ସେହି ଅନ୍ତର୍ନିହିତ ପ୍ରତିଭାର ପ୍ରକୃତ ଚିହ୍ନରା ହେଉଛନ୍ତି ଶିକ୍ଷକ ଓ ଅଭିଭାବକ । ଏହାଛଡ଼ା ଡଃ.ପଣ୍ଡା କୃତ୍ରିମ ବୁଦ୍ଧିମତ୍ତା ଉପରେ ବୁଝାଇଥିଲେ । ମୁଖ୍ୟବକ୍ତା ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିଶୁ-ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ କହିଲେ ଯେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଛାତ୍ରଛାତ୍ରୀମାନେ ଆଳସ୍ୟ ଓ ଅନ୍ୟମନସ୍କତାର ବଳୟରେ ଛନ୍ଦି ହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇଯିବେ । କର୍ମନିଷ୍ଠା ଓ ସମୟାନୁବର୍ତ୍ତିତା ସେମାନଙ୍କ ମୁଖ୍ୟ ଅବଲମ୍ବନ ହେବା ଆବଶ୍ୟକ । ସେମାନେ ନୂଆ ସମ୍ଭାବନା ହୋଇଥିବାରୁ ଉତ୍ସର୍ଗ, ସଂକଳ୍ପ ଓ ସଦାଚାର ବଳରେ ପ୍ରଗତି ପଥରେ ଦେଶକୁ ଅଗ୍ରସର କରାଇ ପାରିବେ ବୋଲି ମୁଖ୍ୟବକ୍ତା ଶ୍ରୀ ବାରିକ କହିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଅବସରପ୍ରାପ୍ତ ଗଣିତ ଶିକ୍ଷକ ମନୋଜ ମିଶ୍ର ଓ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ବନ୍ଧନା ଟପୋ ପିଲାମାନଙ୍କୁ ସଫଳ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ପାରିକ, ବେରତିଲା ତିର୍କୀ, ଗାୟତ୍ରୀ ବଡାଇକ, ସ୍ମୃତିରେଖା ମହାପାତ୍ର, ସୁସାରି ଗୁଡ଼ିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ମଞ୍ଚାସୀନ ଅତିଥିବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । । ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଅଞ୍ଜୁ ମୁଣ୍ଡା, ପୂଜା ବାରିକ ଓ ବିଜୟଲକ୍ଷ୍ମୀ ସାହୁ ସ୍ଵାଗତ ଗୀତିକା ଗାନ କରିଥିଲେ । ବେରତେଲା ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ବିପ୍ଳବ କେଶରୀ ସାମଲ ମଂଚ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷୟିତ୍ରୀ ଗାୟତ୍ରୀ ବଡ଼ାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.