jayashree

ଡିସେମ୍ବର ୨୦ ଓ ୨୧ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୨୦ ଓ ୨୧ ତାରିଖରେ ଏମ୍‌.ପି.ଆଇ.ଏସ୍‌ ସେଣ୍ଟର୍‌ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍‌ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ୍‌.ପି.ସିର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ରାଉରକେଲା ସେଣ୍ଟର୍‌ରେ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ ଆରମ୍ୱ ହୋଇଥିଲା । ଦୀର୍ଘ ୮ ମାସ ପରେ ଖେଳାଳିଙ୍କ ପାଇଁ ଏକ ସୁଯୋଗ ଆସିଛି । ପରୀକ୍ଷା ମାଧ୍ୟମରେ ଖେଳାଳୀ ନିଜର ଦକ୍ଷତା ଜାଣିବା ସହିତ କ୍ରୀଡା ବିଭାଗର ସାର୍ଟିଫିକେଟ ମଧ୍ୟ ପାଇପାରିବେ । ପ୍ରାୟ ୯୦ ଜଣ ଖେଳାଳୀ ପ୍ରଶିକ୍ଷଣ ନେଉଥିବା ବେଳେ ସେଥି ମଧ୍ୟରୁ ୪୫ ଜଣ ଖେଳାଳୀ କୌଶଳ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି । ଆଖ ପାଖ ଅଞ୍ଚଳରେ ଯଦି କୌଣସି ଭଲ ଜିମ୍ନାଷ୍ଟ ଅଛନ୍ତି ସେମାନେ ମଧ୍ୟ ଏଥିରେ ଭାଗ ନେଇ ପାରିବେ । ଏହି କୌଶଳ ପରୀକ୍ଷା ୧୪ ବର୍ଷରୁ କମ୍‌ ଓ ୧୨ ବର୍ଷରୁ କମ୍‌ ବର୍ଗରେ ଫ୍ଲୋର ଏକ୍ସର୍ ସାଇଜ , ପୋମେଲ ହର୍ସ,ଷ୍ଟିଲ ରୀଙ୍ଗସ୍, ଟେବୁଲ୍ ଭୋଲ୍ଟ, ପାରାଲାଲ ବାର , ହୋରିଯୋଣ୍ଟଲ୍ ବାର, ବାଲେନ୍ସ ବିମ୍, ୟୁନିକନ ବାର ଆଦି କୌଶଳ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଗ୍ରସ୍ତରେ ଥିବା ବିଶ୍ଵ ଜିମ୍ନାଷ୍ଟିକ୍ ମହାସଂଘର ଟେକ୍ନିକାଲ ବିଭାଗର ସଭାପତି ଆମେରିକୀୟ ଷ୍ଟିଭ ବୁଚର୍ ଓ ଓଡ଼ିଶାର ମୁଖ୍ୟ କୋଚ୍ ଅଶୋକ ମିଶ୍ର ଏହି କୌଶଳ ପରୀକ୍ଷାକୁ ପରିଚାଳନା କରିବେ ଓ ତାଙ୍କୁ ସହଯୋଗ କରିବେ ରାଉରକେଲା ସେଣ୍ଟର୍‌ର କୋଚ୍ ଓ ସୁନ୍ଦରଗଡ ଜିଲ୍ଲା ଜିମ୍ନାଷ୍ଟିକ୍ ସଙ୍ଘ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.