ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ପିପଲପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଦିଲ୍ଲୀର ଅଯସ୍ଵି କବି/ଲେଖକ ଗଜେନ୍ଦ୍ର ସୋଲାଙ୍କି, ପ୍ରଭାବତୀ ପବ୍ଲିକ ସ୍କୁଲ ଚେୟାରମେନ ସୁଶିଲ ସରାଫ, ଅଧ୍ୟକ୍ଷା ଡ. ସୁନନ୍ଦା ଜତି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସ୍କୁଲର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ନାଟ୍ୟ ଶ୍ରୀକୃଷ୍ଣ ଲୀଳା, ଯାହାକି ଆସିଥିବା ଅଭିଭାବକ ତଥା ଅତିଥିଙ୍କ ମନ ମୋହି ନେଇଥିଲା । ଏହି ନାଟ୍ୟକୁ ରୂପାନ୍ତର କରି ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ଅଧିକାର କରିଥିଲେ କଂସ, ଦେବକୀ, ଯଶୋଦା, କୃଷ୍ଣ, ବଳରାମ ତଥା ଅନ୍ୟ ଛାତ୍ରଛାତ୍ରୀ । ଏହି ନାଟ୍ୟ ପରିବେଷଣ ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।