ସଇଁତଲାରେ ଆକ୍ସିସ ବ୍ୟାଙ୍କ ଶାଖା ଉଦ୍‌ଘାଟିତ

ବଲାଙ୍ଗିର, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ନବୀନ ଛକ ପାଖରେ ଆକ୍ସିସ ବ୍ୟାଙ୍କ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସଇଁତଲା ଆକ୍ସିସ ବ୍ୟାଙ୍କ ମେନେଜର ପଙ୍କଜ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଆକ୍ସିସ ବ୍ୟାଙ୍କ ସର୍କଲ ମୁଖ୍ୟ ଦେବେନ୍ଦ୍ର ସାହୁ, ବଲାଙ୍ଗିର କ୍ଲଷ୍ଟର ମୁଖ୍ୟ ବିଭୁତି ଭୂଷଣ ସାହୁ ପ୍ରମୁଖ ଯୋଗଦାନ କରି ବ୍ୟାଙ୍କର ଉଦେଶ୍ୟ ଏହାର ଉପକାରିତା ଉପରେ ଉପସ୍ଥିତ ଥିବା ଗ୍ରାହକମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ଏହି ବ୍ୟାଙ୍କର ଭାରତରେ ୫୭୯୩ଟି ଶାଖା ରହିଥିବାବେଳେ ଓଡିଶାରେ ୨୨୬ଟି ଓ ଜିଲ୍ଲାରେ ୮ ଟି ଶାଖା ରହିଥିବା ବ୍ୟାଙ୍କର ମୁଖ୍ୟ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଏହି ପରିପେକ୍ଷୀରେ ଟଙ୍କା ଉଠାଣ କରିବା ସହ ଡିପୋଜିଟ କରିବା ପାଇଁ କେସ ରିସାଇକ୍ଲୋର ମେସିନଙ୍କୁ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା । ଏଥିରେ ବଲାଙ୍ଗିର ସେଲସ ମୁଖ୍ୟ ଆଶିଷ ପ୍ରସାଦ ଦାସ, ଡେପୁଟି ମେନେଜର ଅଜିତ କୁମାର ମହାକୁର, ଡେପୁଟି ସେଲସ ମେନେଜର ବିପିନ ଫରିକାର ଓ ସେଲ ଅଫିସର ଭୀଷ୍ମସେନ ବାରିକଙ୍କ ସମେତ ସହରର ସମସ୍ତ ବ୍ୟବସାୟୀ, ସରକାରୀ କର୍ମଚାରୀ ତଥା ଗ୍ରାହକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.