ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ସିରୋଲ କ୍ଳଷ୍ଟରର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମା, ସମ୍ମାନିତ ଅତିଥିଭାବେ ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁନୁ ସାହୁ, ଲାୟନ୍ସ କ୍ଳବର ପୂର୍ବତନ ସମ୍ପାଦକ ଅଜିତ ପାତ୍ର, ସଦସ୍ୟ ପଙ୍କଜ ନାମଦେବ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସଫଳା ମିଶ୍ର, ଅଭିଭାବକ ଚକ୍ରଧର ନାଗ ମଞ୍ଚାସୀନ ହୋଇଥିଲେ । ଏହାପରେ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ବିଦ୍ୟାଳୟର ୨ ଜଣ ଛାତ୍ରୀ ରୋଲି ଭାଟି ଏବଂ ଝୁଲି ସାହୁଙ୍କ ଦ୍ଵାରା ଏକ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷକ ଗୌର ଚନ୍ଦ୍ର ଭୋଇ । ବିଦ୍ୟାଳୟ ତରଫରୁ ଦୌଡ, ଲଙ୍ଗ ଜମ୍ପ, ହାଇ ଜମ୍ପ, ପୁଚି, ମ୍ୟୁଜିକ ଚେୟାର, ନୃତ୍ୟ, ବେଙ୍ଗ ଡିଆଁ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶ୍ରଦ୍ଧାଞ୍ଜଳି ମହାନ୍ତି ଟିଟିଲାଗଡ଼ ଲାୟନ୍ସ କ୍ଲବ ଆମର ବିଦ୍ୟାଳୟକୁ ଗୋଟିଏ ୱାଟର କୁଲର ଦେଇ ବିଦ୍ୟାର୍ଥୀଙ୍କ ନିମନ୍ତେ ପ୍ରଦାନ କରିଥିବାରୁ କ୍ଲବ ସଦସ୍ୟଙ୍କୁ ଡାକି ଆଜି ସମ୍ମାନିତ କରିଚୁ ବୋଲି ନିଜ ଅଭିଭାଷଣରେ କହିଥିଲେ । କ୍ଲବ ସଭାପତି ଗଙ୍ଗାଧର ଶର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଲାୟନ୍ସ କ୍ଲବକୁ ଡାକି ଥିବାରୁ ଧନ୍ୟବାଦ ଦେବା ସହ ଆମ କ୍ଲବ ତରଫରୁ ଯାହାବି ସାହାଯ୍ୟ ସହଯୋଗ ହେବ ଆମେ କରିବୁ ବୋଲି କହିଥିଲେ । ସାଂସ୍କୃତିକ ବୀଚିତ୍ରା ପରିବେଷଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲାୟନ୍ସ କ୍ଲବ ତରଫରୁ ୨୧୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଉତ୍ସବକୁ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷକ ନୀଳମଣି ଦୀପ, ଶିକ୍ଷୟତ୍ରୀ ଶ୍ରୀମତି ଜୟ ମାଳିନୀ ପଟ୍ଟନାୟକ, ସୁଶ୍ରୀ ପ୍ରିୟ ଦର୍ଶିନି ସ୍ୱାଇଁ, ଶ୍ରୀମତି ସରୋଜିନୀ ମିଶ୍ର ସହଯୋଗ କରିଥିଲେ ।
Next Post