oom

ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଅଲ୍‌ଟରନେଟିଭ ତରଫରୁ ଗ୍ରାମ ପଞ୍ଚାୟତ ସଭାଗୃହଠାରେ ସରପଞ୍ଚ ଜନ୍ମଜୟ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୱାସିଡିଏର ସଂଯୋଜିକା ଶ୍ରୀମତୀ ଆନନ୍ଦିନୀ ରଥ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ଶିଶୁମାନଙ୍କ ପାଇଁ ଥିବା ମିଶନ ବାତ୍ସଲ୍ୟ ୨୦୨୨ ମାର୍ଗଦର୍ଶନ ଅନୁସାରେ ଗ୍ରାମ ପଞ୍ଚାୟତର ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଏବଂ ୫ % ଅନ ଟାଇଡ୍ ପାଣ୍ଠି କେବଳ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ପାଣ୍ଠି ପିତୃମାତୃ ହୀନ ଶିଶୁ ସୁରକ୍ଷା ଓ ଯତ୍ନ ଆବଶ୍ୟକ ଥିବା ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ଅଛି । ଗ୍ରାମ ପଞ୍ଚାୟତ ସ୍ତରରେ ଏକ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ଫର୍ମାଟ ସମସ୍ତ ଅଙ୍ଗନୱାଡ଼ି କର୍ମିକୁ ପ୍ରଦାନ କରାଗଲା । ଏତତ୍ ବ୍ୟତୀତ ଆଶୀର୍ବାଦ, ଗ୍ରୀନ ପେସେଜ, ଫୋଷ୍ଟର କେୟାର, ପୃଷ୍ଟ ପୋଷାକତା ବା ପନସରର୍ସିପ୍ ଓ ଯଶୋଦା ଯୋଜନ ଉପରେ ସୁଫଳ ପାଇବା ପାଇଁ ସମସ୍ତଙ୍କୁ ଜଣାଇଥିଲେ । ଏହି ଅବସରରେ ଶିଶୁ ମଙ୍ଗଳ ସମିତିର ଲୀନା ବାବୁ, ଡକ୍ଟର ସନ୍ଦ୍ୟାରାଣୀ ପଣ୍ଡା ଉପସ୍ଥିତ ରହି ଶିଶୁମାନଙ୍କ ବିକାଶ ପାଇଁ ଶିକ୍ଷା, ପୃଷ୍ଟିକର୍ ଖାଦ୍ୟ ଓ ସ୍ଵାସ୍ଥ୍ୟ ନିହାତି ଆବଶ୍ୟକ ବୋଲି ବୋରକାସ କରିଥିଲେ । ଆଇ.ସି.ଡି.ଏସ୍‌ର ସୁପର ଭାଇଜର୍ ରେଜିଆ ସୁଲତାନ ବାଲ୍ୟ ବିବାହ ଉପରେ ସ୍ଲୋଗାନ ମାଧ୍ୟମରେ ଉତ୍ସାହିତ କରିଥିଲେ । ଏହି ଅବସରରେ ବାରପୁଡୁଗିଆ, ସାରସପିଟା, ଆମପାଳି, କର୍ଲାପିଟା, ବରପିଟା ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ, ଶିକ୍ଷକ ଓ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଜଳ ଓ ପରିମଳ କମିଟି, ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା, ପଞ୍ଚାୟତ ପ୍ରତିନିଧିମାନେ ଉପଷ୍ଟିତ ଥିଲେ । ୱାସିଡିଏର ପ୍ରୋଗ୍ରାମ ସହାୟକ ବିଗ୍ନରାଜ୍ ବଞ୍ଛୋର୍ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ସମ୍ପ୍ରସାରଣ ଅଧିକାରୀ ଗୋବର୍ଦ୍ଧନ କର୍ମୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.