jayashree

ଦେଓଗାଁ ବ୍ଳକ ଜି.ପି.ଏଲ୍‌.ଏଫ୍‌. ଓ ସି.ଏସ୍‌.ଏସ୍‌. ସଂଘ ପକ୍ଷରୁ ସାମୁହିକ କାର୍ଯ୍ୟ ନିବୃତି ପାର୍ଇ ବିଡିଓଙ୍କୁ ପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) :​ ଦେଓଗାଁ ବ୍ଳକର ସମସ୍ତ ଜି.ପି.ଏଲ୍‌.ଏଫ୍‌. ଓ ସି.ଏସ୍‌.ଏସ୍‌. ଦେଓଗାଁ ବ୍ଳକ କାର୍ଯ୍ୟାଳୟକୁ ଆସି ଆସନ୍ତା ୯ ତାରିଖରୁ କାର୍ଯ୍ୟ ନିବୃତି ରହିବାକୁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକସ୍ତରୀୟ ମିଶନ ଶକ୍ତି ପକ୍ଷରୁ ଜଣାଇ ଦିଆଯାଇଛି ଯେ, ଅଲ ଓଡ଼ିଶା ଜି.ପି.ଏଲ୍‌.ଏଫ୍‌. କର୍ମି ସଂଘର ଚିଠି ଅନୁସାରେ ଦେଓଗାଁ ବ୍ଳକର ସମସ୍ତ ଜି.ପି.ଏଲ୍‌.ଏଫ୍‌. କର୍ମକର୍ତ୍ତା ପକ୍ଷରୁ ଦିଆଯାଇଥିବା ଦାବି ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଶା ସରକାର ଶତ ପ୍ରତିଶତ ଦରମା ନଦେବେ ସେ ପର୍ଯ୍ୟନ୍ତ ଶୁକ୍ରବାର ଦିନରୁ ଅନିର୍ଦ୍ଧଷ୍ଟ କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କାର୍ଯ୍ୟରୁ ନିବୃତ ରହିବାକୁ ଜଣାଇଥିଲେ । ସୂଚନା ଯୋଗ୍ୟ ଯେ, ଦୀର୍ଘ ୮ ମାସ ହେଲା ପାରଶ୍ରମିକ ପାଇ ନଥିବାରୁ ବାରମ୍ବାର ପ୍ରଶାସନିକ ବିଭାଗୀୟ ଅଧିକାରୀଙ୍କୁ ଦାବୀ କରାଯାଉଛି । କୌଣସି ଆଶାନୁରୂପ ପଦକ୍ଷେପ ନେଇ ନଥିବାରୁ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ବାଧ୍ୟ ହୋଇ ଆସନ୍ତା ୯ ତାରିଖରୁ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବାକୁ ଅଲ ଓଡ଼ିଶା ଜି.ପି.ଏଲ୍‌.ଏଫ୍‌. କର୍ମି ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.