csstore

ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଓ ୟୁଥ୍ ରେଡ୍‌କ୍ରସ୍‌ର ମିଳିତ ଆନୁକୁଲ୍ୟରେ ଅଧ୍ୟାପକ ଅଭିଷେକ ଦାସଙ୍କ ସଂଯୋଜନାରେ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାବାସାହେବ୍‌ଙ୍କ ଫଟୋରେ ଫୁଲମାଳ ଦେଇ ମନେ ପକାଇ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ଶିବିର ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ତଥା ରକ୍ତଦାତାମାନଙ୍କୁ ରକ୍ତଦାନର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଯୁବାମଞ୍ଚର ସଭାପତି ଅଜିତ୍ କୁମାର ପତି ବାବାସାହେବଙ୍କର ଭାରତୀୟ ସମ୍ବିଧାନ ପ୍ରଣୟନରେ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ । ବଲାଙ୍ଗିର ରକ୍ତ ଭଣ୍ଡାରକୁ ୨୬ଜଣ ରକ୍ତଦାତା (୧୫ ଜଣ ମହିଳା ଏବଂ ୧୧ ଜଣ ପୁରୁଷ) ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ୟୁଥ୍ ରେଡ୍‌କ୍ରସ୍ ସଂଯୋଜକ କ୍ଷୀରୋଦ୍ର ପାତ୍ର, ହିମାଂଶୁ ମହାକୁର୍ ସଙ୍ଗେ ଛାତ୍ର ସୁବାଷ ବିଶ୍ଵାଳ, ପୁରୁଷୋତ୍ତମ ସେଠ୍, ଷ୍ଟାଫ୍ ଜୋସେଫ୍ ମେହେର୍, ଯୁବାମଞ୍ଚର ସମ୍ପାଦକ ସୁମନ୍ତ ଶତପଥୀ, ଥବିର କର୍ମୀ, ସୁରେଶ କମ୍ପ, ବିରେନ୍ଦ୍ର ପାଣ୍ଡେ, କାଶୀନାଥ ହୋତା, ସରୋଜ ପଧାନ, ଅଭିଜିତ ଦାଶ, ଅବିନାଶ ଦାଶ, ପ୍ରେମାନନ୍ଦ, ରମାକାନ୍ତ, ଯତୀନ ନାୟକ୍ ଏବଂ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅଭିଷେକ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.