csstore

ବିଦ୍ୟୁତ ଉପଭୋକ୍ତା ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପୁରସ୍କୃତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପାୱାର ହାଉସ୍ ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୨ ଆରଇସି ସେକ୍ସନ୍ ତରଫରୁ ୩ ଜଣ ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ଉପଭୋକ୍ତାଙ୍କୁ ଆଜି ଏକ ସଭାରେ ଉପହାର ଦିଆଯାଇଥିଲା । ପ୍ରଥମ ପୁରସ୍କାର ଜଗବନ୍ଧୁ ଭୁଏ, ଦ୍ଵିତୀୟ ପୁରସ୍କାର ଗିରିଧାରୀ ଶ୍ରୀଧର ଏବଂ ତୃତୀୟ ପୁରସ୍କାର ଜୟରାମ ତାଣ୍ଡିଙ୍କୁ ଯଥାକ୍ରମେ ମୋବାଇଲ, ହୋମ୍‌ସପ୍ ଏବଂ ରେଡିଓ ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା । ଆର୍‌ଇସି ସେକ୍ସନ୍ ଏସ୍‌ଡିଓ ସୁନୀଲ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆର୍‌ଇସି ସେକ୍ସନ୍ ଅଫିସର୍ ରିଆଜୁଲ ହକ୍, ଉଦୟଭାନୁ ନନ୍ଦି, ଇଶାନ କୁମାର ନାଏକ, ଘନଶ୍ୟାମ ମିଶ୍ର, ଅରବିନ୍ଦ ଗଙ୍ଗାଧର କାଂକଡେ, କୈଳାସ ନେମଡେ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରି ବିଦ୍ୟୁତ ଉପଭୋକ୍ତାଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ପୁରସ୍କାର ପାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.