oom

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିମ ଶିବିର ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଦିନିକିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ପିଇଓ କୁଳମଣି ମେହେର, ନାଏବ ସରପଞ୍ଚ ଝସକେତନ ସାହୁ, ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ତେଜରାଜ ଭୋଇ, ଜୟନ୍ତୀଲାଲ ହଂସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ତାଲିମ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ପଞ୍ଚାୟତର ମହିଳା ଓ ପୁରୁଷ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଓ ପିଇଓ ଲୋକମାନଙ୍କୁ ସରଳ ଭାବରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଲୋକମାନେ ନାମ ପଞ୍ଜୀକରଣ କରିବେ ସେନେଇ କହିବା ସହ ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍‌ ନପଡିବେ ସେନେଇ ତାଲିମ ପ୍ରଦାନ କରାଯାଇଛି । ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଲିଫ୍ଲେଟ ବଣ୍ଟନ କରାଯାଇଥିଲା । ଏଥିରେ ଜିଓଟେଗ ଶୋଭାକର ନାଗଙ୍କ ସହ ପଞ୍ଚାୟତର କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.