jayashree

ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବରିଷ୍ଠ ସମ୍ବଳ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗଣେଶ କିଷାନ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା, ଗୋଷ୍ଠୀ ସହଶିକ୍ଷାଧିକାରୀ ଜଗତ ମଲ୍ଲିକ, ସ୍ଥାନୀୟ ପ୍ରଧାନଶିକ୍ଷକ କରମ ଚନ୍ଦ୍ର ବାରିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମମାନେ ଭିନ୍ନ ଦିଗରେ କ୍ଷମ ତେଣୁ ତାଙ୍କୁ ସ୍ନେହ ଶ୍ରଦ୍ଧା ଓ ଉପଯୁକ୍ତ ମାର୍ଗ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ତମାମୁରା ସିଆରସିସି ଶୁଭଲାଲ ସାହୁ ଶପଥ ପାଠ କରାଇଥିବା ବେଳେ ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପରିଚାଳନାରେ କଳା ଶିକ୍ଷକ ଅନୀଳ ଅଗ୍ରୱାଲ, ଶ୍ୟାମ କୁଅଁର, କେଶବ କୁଅଁର, ରିଙ୍କୁ ପଧାନ, ଶାରୀରିକ ଶିକ୍ଷକ ଅଶୋକ ବୁଦ୍ଧିଆ, ଗୁଣନିଧି ସାହୁ, ଶିକ୍ଷକ ଅନିଲ ଭୋଇ, ଧର୍ମେନ୍ଦ୍ର ହରିପାଳ, ନିର୍ମଳ ପାତ୍ର, ହେମାଙ୍ଗିନୀ ଦାଶ, ସିଆରସିସି ରମେଶ ଭୋଇ, ସୁଧାଂସୁ ସାହୁ, ପ୍ରବୀର ଭୋଇ, ରାଧେଶ୍ୟାମ ରଥ, ଦିଲୀପ ପଧାନ, ସୁରେଶ ନାୟକ, ସୌରଭ ସାହୁ, ପୂର୍ବ ସିଆରସିସି ଥବିର ଦୋରା, ସୁରେଶ ପୂଜାରୀ ଓ ଅନ୍ୟ ସମସ୍ତ ସିଆରସିସି, ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହାୟକ ଆନନ୍ଦ ପଧାନ, ବିଭୁତି ପଧାନ, ସହଯୋଗ କରିଥିଲେ । ସଂଗୀତରେ ନିତୁ ଥପା, ସୁଦାମ ଦାଶ, ତ୍ରିଷ୍ଣା ସାହୁ, ନୃତ୍ୟରେ ପ୍ରୀତି ପଧାନ, ପ୍ରଜ୍ଞା ପୁଟେଲ, ରାକ୍ଷୀ ଦଣ୍ଡସେନା, ଚିତ୍ରାଙ୍କନ କନିଷ୍ଠ ବର୍ଗରେ ଇତିଶ୍ରୀ ମେହେର, ଦିବ୍ୟସା ସାହୁ, ସମୀର ସାହୁ, ବରିଷ୍ଠ ବର୍ଗ ଚିତ୍ରାଙ୍କନରେ ଅଙ୍କିତା ଭୁଏ, ଝିଲିମା ନାଏକ, ସାହିଲ ତାଣ୍ଡି, ସର୍ବ ବରିଷ୍ଠ ବର୍ଗ ଚିତ୍ରାଙ୍କନରେ ସୁଶୀଲ ବାଗ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ କେନ୍ଦୁଟିକ୍ରା ପ୍ରାଥମିକ ବିଦ୍ୟାଳୟର ଭିନ୍ନକ୍ଷମ ଶିକ୍ଷୟିତ୍ରୀ ମଦନା ପୁଟେଲଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୨୦ରୁ ଅଧିକ ଛାତ୍ରଛାତ୍ରୀ ଓ ପିତାମାତା ଅଂଶ ଗ୍ରହଣ କରିଥିଲେ । ଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ଧନ୍ୟବାଦ ଦେଇଥିଲେ । ବରିଷ୍ଠ ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

Leave A Reply

Your email address will not be published.