oom

ଲୋକ ଉତ୍ସବ ନହେବାର ଆଶଙ୍କା ଦୂର : କଳାକାର ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରଙ୍କୁ ଅର୍ଥ ବ୍ୟବସ୍ଥା ପାଇଁ ପତ୍ରାଳାପ କରାଯାଇଛି । ସରକାରୀ ଅନୁଦାନ ଆସିଲେ ବଲାଙ୍ଗିର ଲୋକ ଉତ୍ସବ ହେବ ବୋଲି ପ୍ରଶାସନରୁ ଶୁଣିବା ପରେ ବଲାଙ୍ଗିରର କଳାକାରମାନଙ୍କ ମଧ୍ୟରେ ଲୋକ ଉତ୍ସବ ନହେବାର ଆଶଙ୍କା ଛାଇ ଯାଇଥିଲା । ଏ ବିଷୟରେ ବିଚାର ଆଲୋଚନା ପାଇଁ ଗତ ତା.୧୯.୧୧.୨୦୨୪ରେ ସମାଜକର୍ମୀ ତଥା କଳାକାର ମଧୁସୁଦନ ନାୟକଙ୍କ ଆବହକତ୍ୱରେ ଓ ବିଶିଷ୍ଟ କଳାକାର ସନାତନ ଠାକୁରଙ୍କ ସଭାପତିତ୍ୱରେ ପ୍ରାୟ ୩୪ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧି, ବହୁ ବିଶିଷ୍ଟ କଳାକାର ତଥା ବୁଦ୍ଧିଜୀବୀଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସଭାର ନିର୍ଯ୍ୟାସ ଅନୁଯାୟୀ ଏକ ପ୍ରତିନିଧି ମଣ୍ଡଳି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ବଲାଙ୍ଗିର ଲୋକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଥାଉ କି ଆଗରୁ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ, ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁ ଓ ଜିଲ୍ଲା ପରିଷଦ ସଭାନେତ୍ରୀ ଦେବକୀ ସାହୁ କଳାକାରମାନଙ୍କ ଗହଣରେ ଏ ସଂପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏବେ ବିଭିନ୍ନ ସୁତ୍ରରୁ ଜଣାଗଲା ଯେ, ସରକାର ବଲାଙ୍ଗିର ଲୋକ ଉତ୍ସବ ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ରାଶି ଦେଉଛନ୍ତି ଓ ଜିଲ୍ଲାପାଳ ଲୋକ ଉତ୍ସବ କରିବାକୁ ରାଜି ହୋଇଛନ୍ତି । ଏହା ଜାଣିବା ପରେ ବଲାଙ୍ଗିରରେ କଳାକାର, କଳାପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବ ସଭାର ନିର୍ଦ୍ଧାରଣ ମତେ ମଧୁସୁଦନ ନାୟକଙ୍କ ଆବାହନ କ୍ରମେ ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିିକା ବିଦ୍ୟାଳୟ ଠାରେ ତା.୦୨.୧୨.୨୦୨୪ରେ ଦ୍ୱିତୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଲୋକ ଉତ୍ସବ ହେବାକୁ ରାଜି ହୋଇଥିବାରୁ ଜିଲ୍ଲାପାଳଙ୍କ ପାଇଁ ଏକ ଧନ୍ୟବାଦ ପ୍ରସ୍ତାବ ସଭାରେ ଗ୍ରହଣ କରାଯାଇଥିଲା । ସଭାରେ ନିଷ୍ପତ୍ତି ନିଆଗଲା ଯେ, ଆଗାମୀ କାଲି ଗୋଟିଏ ପ୍ରତିନିଧି ମଣ୍ଡଳି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲୋକ ଉତ୍ସବ ପ୍ରସ୍ତୁତି ବୈଠକ ଡାକିବାକୁ ଅନୁରୋଧ କରିବେ । ସଭାରେ ଜିଲ୍ଲା କଳାକାର ସଂଘ, ଖଦ୍ୟୋତ, ମଧୁୁସୁଦନ କଲ୍‌ଚରାଲ୍‌ ଏଣ୍ଡ ସ୍ପୋଷ୍ଟ ଏସୋସିଏସନ୍‌, ଅନ୍ୱେଷା, ନଟରାଜ କଳା ପରିଷଦ, ଖୁସି କଲ୍‌ଚଲରାଲ୍‌ ଏକାଡେମୀ, ବର୍ଣ୍ଣାଲି, ନାଟ୍ୟକ୍ରାନ୍ତି, ନେସନାଲ ସାର୍ଭିସ ଫାଉଣ୍ଡେସନ, ସମଲେଶ୍ୱରୀ ମନ୍ଦିର ଆରତି କମିଟି, ରାଜ୍ୟ କଳାକାର ମହାସଂଘର ବଲାଙ୍ଗିର ଜିଲ୍ଲା ଶାଖା, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ତୁଳସୀ ସଂଗୀତ ନାଟକ କଳା ପରିଷଦ, ପଂଚମ, ଆର୍ଟ ଟୁଡେ, କଳାଧାମ, ମାହେଶ୍ୱରୀ ସଂଗଠନ, ଶ୍ରମିକ ମଙ୍ଗଳ ସଂଗଠନ, ଜୟଦୁର୍ଗା କଳା ପରିଷଦ, ସଂଜୋତ କଳା କେନ୍ଦ୍ର, ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ, ଜିଲ୍ଲା ଲେଖକ ପରିଷଦ ଓ ଭୂମିକା ପ୍ରଭୃତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ସହରର ବହୁ କଳାକାର, କଳାପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ । ସଭାର ନିଷ୍ପତ୍ତି ଅନୁଯାୟୀ ଏକ ପ୍ରତିନିଧି ମଣ୍ଡଳି ୩.୧୨.୨୦୨୪ରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆଜି ଆଲୋଚନା ବିଶେଷ ସମୟ ଦେଇ ହେଉନାହିଁ ଦୁଇ ତିନି ଦିନ ଭିତରେ ସମୟ ନିର୍ଦ୍ଧାରଣ କରି ବିଶେଷ ଆଲୋଚନା ପାଇଁ ନିଜ ତରଫରୁ ପ୍ରତିନିଧି ମଣ୍ଡଳିକୁ ଡାକିବାକୁ ଜିଲ୍ଲାପାଳ ଦୃଢ ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.