csstore

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ତଥା ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ବିଶ୍ରାଡାହାର ରୋଡ ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଓ ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ରାଉରକେଲା ସାଂସ୍କୃତିକ ଅନୁଷ୍ଠାନର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସହରରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମ ଗୁଡ଼ିକରେ ଭାଷା ସାହିତ୍ୟକୁ ଗୁରୁତ୍ୱ ଦେଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକରୁ ଅଧିକ ଓଡ଼ିଆ ଭାଷାକୁ ସୁସଂଜତ ଓ ଶିକ୍ଷଣୀୟ ତଥା ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଗୀତା ରାଣୀ ବେହେରା ଓ କିଶୋରୀ ମୋହନ କରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସଂଯୁକ୍ତା ଦାଶ, ବିଜୟ ସାହୁ, ପ୍ରତାପ ପଣ୍ଡା, ଗଦାଧର ରଥ, ତ୍ରିଲୋଚନ ସ୍ୱାଇଁ, ପ୍ରଣତୀ ବେହେରା, ସୁଭାଷିନୀ ସାହୁ, ମୀନକେତନ ପଶାୟତ, ସୁମିତା ସ୍ୱାଇଁ ଓ ସଂଯୋଜକ ଦ୍ୱୟ ପ୍ରମୁଖ କବିତା ପାଠ କରିଥିବା ବେଳେ ସମ୍ପାଦକ ଶ୍ରୀ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତିତ୍ୱ କରୁଥିବା ଶ୍ରୀ ଆଚାର୍ଯ୍ୟ ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୌସ୍ତୁଭ ରାଜସିଂହ, ଶରତ ରାଉତ, ପ୍ରିୟା ପାତ୍ର, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ସମୃଦ୍ଧି ମହାରଣା, ସମୀକ୍ଷା ପାତ୍ର, ଅଂଶୁମାନ ମହାରଣା, ପି କେ ସାବତ, ବଳରାମ ଦାଶ, ଅନୀଲ ଦାଶ, ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ବିଜୟ ବରାଳ, କମଳା ଆଚାର୍ଯ୍ୟ, ଶରତ ସ୍ୱାଇଁ, ସୁନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.