centurian jitm

ବନବିଭାଗର ଚଢ଼ାଉ : ଖଇର କାଠ ବୋଝଇ ମିନିଟ୍ରକ ଜବତ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ବନବିଭାଗ ଚଢାଉ କରି ସୋମବାର ସକାଳ ୪ଟା ସମୟରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ଏକ ଖଇର କାଠ ବୋଝେଇ ଗାଡ଼ି ଯାଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ବନ ବିଭାଗ ଚଢାଉ କରିଥିବା ବେଳେ ଖଇର କାଠ ବୋଝେଇ ମିନିଟ୍ରକକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ମାରିଥିଲେ । ଖଇର କାଠ ବୋଝେଇ ଟ୍ରକକୁ ଜବତ କରି ବନବିଭାଗ ଖପ୍ରାଖୋଲ କାର୍ଯ୍ୟାଳୟକୁ ଆଣିଥିଲେ । ଖଇର କାଠର ହାରାହାରି ଓଜନ ୧୦ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି । ଚଢାଉ ବେଳେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନାଙ୍କ ନେତ୍ୱତ୍ୱରେ ବନରକ୍ଷୀ ରାଜେନ୍ଦ୍ର ଧରୁଆ ଓ ବନ୍ୟଜନ୍ତୁ ସୁରକ୍ଷାକାରୀ ଦଳ ସାମିଲ ଥିଲେ । ଏନେଇ ବନବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ଖଇର କାଠ ସହ ମିନିଟ୍ରକ ନମ୍ବର ଓଆର୍‌ ୦୫ ଏଇ ୮୩୨୫ ଗାଡି ଜବତ ହୋଇଥିବା ସହକାରୀ ବନ ସଂରକ୍ଷକ ତଥା ହରିଶଙ୍କର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.