csstore

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ସଇଁତଳା ଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମା’ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟାକ୍ରମରେ ପରିଚାଳନା ସମିତିର ଉପ ସଭାପତି ନାରାୟଣ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଶିକ୍ଷା ଶାସ୍ତ୍ର ପ୍ରଧ୍ୟାପିକା ଅନିମା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପରିଚାଳନା ସମିତି ସମ୍ପାଦକ, ସହ ସମ୍ପାଦକ ଭୀମସେନ ସ୍ୱାଇଁ ଓ ବିନୟ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଭୀମସେନ ସ୍ୱାଇଁଙ୍କ ଅଭିଭାଷଣରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଅନୀମା ନନ୍ଦ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ମା’ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅବଗତ କରାଇଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଗୁରୁଜୀ ନୂତନ ହୋତା ସଂଯୋଜନା କରିଥିଲେ । ପ୍ରଥମେ ବିଦ୍ୟାଳୟର ଗୁରୁଜୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମା’ମାନଙ୍କୁ ନେଇ ରଙ୍ଗୋଲି ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେତା ମା’ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାପରେ ମା’ମାନଙ୍କୁ ନେଇ ମାତୃ ଭାରତୀ ଗଠନ କରାଯାଇଥିଲା । ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ବରିଷ୍ଠ ଗୁରୁମା ମାଣିକ୍ୟଲତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.