jayashree

୭୬ତମ ଏନ୍‌ସିସି ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍ଆଇଟି କ୍ୟାମ୍ପସ ରାଉରକେଲା ଠାରେ ୨ୟ ଓଡ଼ିଶା ଏୟାର ସ୍ୱାଡର୍ଣ୍ଣ ଫ୍ଲାଇଙ୍ଗ ଏନ୍‌ସିସି ଝାରସୁଗୁଡାର ଏନ୍‌ସିସି କ୍ୟାଡେଟ ମାନଙ୍କ ଦ୍ୱାରା ୭୬ତମ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ପ୍ରଫେସର ଡ଼ଃ ଅଜିତ ବେହେରା ଯୋଗଦେଇ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ଏନ୍‌ସିସିର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସହ ଫ୍ଲାଇଙ୍ଗ ଏନ୍‌ସିସି ଅଫିସର ସରୋଜ କୁମାର ଜେନା ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ବରିଷ୍ଠ କ୍ୟାଡେଟ ରଣଜିତ ସାହୁ ଓ କନିଷ୍ଠ କ୍ୟାଡେଟ ସିମରନ ସାହା ଏହି ଅବସରରେ ବକ୍ତବ୍ୟ ରଖିଥିଲେ । କ୍ୟାଡେଟ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ, ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ କ୍ୟାଡେଟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମୀନତି ଖମାରୀଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଛବିରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୀତାରାମ ସାହୁ, ହରିଶଙ୍କର କାମିଲା, ନିରୁପମା ପତି, ପ୍ରମିଳା ଡୁଙ୍ଗଡୁଙ୍ଗ, ସୁଜାତା ମିଶ୍ର, ମମତା ସେନାପତି, ସସ୍ମିତା ପଟ୍ଟନାୟକ, ସୁରେଖା ନାୟକ, ଯତିନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରାକ୍ତନ କ୍ୟାଡେଟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଶେଷରେ କ୍ୟାଡେଟ ମାନଙ୍କ ଦ୍ୱାରା ଏନ୍‌ସିସି ସଂଗୀତ ଗାନ କରାଯାଇ ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.