ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ଖୁବ୍‌ ଦୌଡ଼ିଲେ : ତଥାପି ଗୁଳି ମାରି ହତ୍ୟା କଲା ଅଭିଯୁକ୍ତ

ହରିୟାଣା : ହରିୟାଣାର ଟୋହାନା ସହରରେ ଜଣେ ଓକିଲଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆତଙ୍କ ସୃଷ୍ଟି କରିଛି । କୁହାଯାଇଛି ଯେ, ହତ୍ୟାକାରୀଠାରୁ ରକ୍ଷା ପାଇବା ପାଇଁ ଓକିଲ ଚିମନଲାଲ ଗୋୟଲଙ୍କ ପତ୍ନୀ କୁସୁମଲତା ଖୁବ୍‌ ଦୌଡ଼ିଥିଲେ । ସେ ଏକ ଦୋକାନ ଆଡକୁ ଦୌଡ଼ିଗଲେ । ସ୍ୱାମୀଙ୍କୁ ମୋବାଇଲରେ ମଧ୍ୟ ଡାକିଲେ । କିନ୍ତୁ ଶେଷରେ ଅଭିଯୁକ୍ତ କୁସୁମଲତାଙ୍କ କପାଳରେ ଗୁଳି ଚଳାଇ ଘଟଣାସ୍ଥଳରେ ହତ୍ୟା କରିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.