jayashree

ଓଡ଼ିଶାରେ ସଂସ୍କୃତି ମନ୍ତ୍ରଣାଳୟର ପଦକ୍ଷେପ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଜାତୀୟ ପାଠାଗାର ମିଶନ ଜରିଆରେ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଏବଂ ଗଞ୍ଜାମ ଜିଲ୍ଲା ପାଠାଗାରକୁ ଆର୍ଥିକ ସହାୟତା ମଞ୍ଜୁର କରିଛି । ଓଡ଼ିଶାର ରତ୍ନଗିରି, ଲଳିତଗିରି ଏବଂ କୋଣାର୍କ ଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ତିନୋଟି କ୍ଷେତ୍ରୀୟ ସଂଗ୍ରହାଳୟ ରହିଥିବା ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି । ନୂଆଦିଲ୍ଲୀର ଲଳିତ କଳା ଏକାଡେମୀ ପକ୍ଷରୁ ୧୯୮୮ ମସିହା ଠାରୁ ଭୁବନେଶ୍ୱରରେ ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ର ପକ୍ଷରୁ ଭିଜୁଆଲ ଆର୍ଟିଷ୍ଟ ମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ନିୟମିତ କଳା ଶିବିର/କର୍ମଶାଳା/ପ୍ରଦର୍ଶନ/କଳା ମହୋତ୍ସବ ଆୟୋଜନ କରିଆସୁଛି ଏଥିରେ ଓଡ଼ିଶା ସମେତ ସାରା ଭାରତରୁ କଳାକାରମାନେ ଅଂଶଗ୍ରହଣ କରିଥାନ୍ତି । ମୂଳ ଯୋଜନା କଳା ସଂସ୍କୃତି ବିକାଶ ଯୋଜନା ଅନ୍ତର୍ଗତ ଗୁରୁ ଶିଷ୍ୟ ପରମ୍ପରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଯୋଜନା ଅନୁଦାନ, ଜାତୀୟ ଉପସ୍ଥିତି ଥିବା ସାଂସ୍କୃତିକ ସଂଗଠନ ଗୁଡ଼ିକ ଆର୍ଥିକ ସହାୟତା, ଷ୍ଟୁଡିଓ ଥିଏଟର ସମେତ ନିର୍ମାଣ ଅନୁଦାନ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍କଲାରସିପ୍‌ ଓ ଫେଲୋସିପ୍‌ ଯୋଜନା, ବରିଷ୍ଠ କଳାକାରଙ୍କ ପାଇଁ ଆର୍ଥିକ ସହାୟତା ଆଦି ଜରିଆରେ ସଂସ୍କୃତି ମନ୍ତ୍ରଣାଳୟ ସହାୟତା ଯୋଗାଇ ଦେଉଛି । ବିଦ୍ୟାଳୟଗୁଡ଼ିକରେ ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା ପାଇଁ ସାଂସ୍କୃତିକ ସମ୍ବଳ ଓ ତାଲିମ କେନ୍ଦ୍ର (ସିସିଆରଟି) ପଦକ୍ଷେପ ନେଇଛି। ସାଂସ୍କୃତିକ କ୍ଲବ ବିଦ୍ୟାର୍ଥୀମାନଙ୍କୁ ଏକ ସାମୂହିକ ସ୍ୱର ଉତ୍ତୋଳନ କରିବା ପାଇଁ ଏକ ମାଧ୍ୟମ ପ୍ରଦାନ କରିଥାଏ ଯାହା ପ୍ରଚଳିତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସ୍ୱାଗତଯୋଗ୍ୟ, ଯତ୍ନଶୀଳ, ଉତ୍ସବପ୍ରିୟ ଜନ ସମୁଦାୟକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥାଏ । ଓଡ଼ିଶାରେ ସିସିଆରଟି ଦ୍ୱାରା ୧୩୪ଟି ସାଂସ୍କୃତିକ କ୍ଲବ୍‌ ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.