oom

ପାଇକମାଲ ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିରୁପମା ଷଡ଼ଙ୍ଗୀ, ପଦ୍ମପୁର ଉପ ଜିଲ୍ଲାପାଳ ଆରୁଗୁଲା ସ୍ନେହା, ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚୋହାନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଜଳ ସେଚନ, ରାସନ କାର୍ଡ, ବିଭିନ୍ନ ଭତ୍ତା, ଧାନ ବିକ୍ରି, ଆବାସ ଗୃହ ପ୍ରଦାନ ଓ ଶୌଚାଳୟ ତିଆରିରେ ଅନିୟମିତତା ଆଦି ସମସ୍ୟା ଆଧାରିତ ସମୁଦାୟ ୭୨ ଗୋଟି ଅଭିଯୋଗ ହୋଇଥିଲା । ଏଥିରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ସମସ୍ତ ଅଭିଯୋଗ ଶୁଣି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେବା ସହ ନିଜ କାମ ଜନତାଙ୍କ ସହ ମିଳିମିଶି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

jittmm
Leave A Reply

Your email address will not be published.