jayashree

ଜିଲ୍ଲାସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିବିର ଉଦ୍‌ଘାଟିତ

  • ନିଃସ୍ଵାର୍ଥପର ସେବା ହିଁ ଈଶ୍ଵର ପ୍ରାପ୍ତିର ପ୍ରକୃଷ୍ଟ ମାଧ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ଗଡତ୍ୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ବେହେରା, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ନାୟକ, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ୍‌ ଅଜିତ କୁମାର ମେହେର, ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର, ଜୁନିୟର ରେଡ୍‌କ୍ରସ୍‌ ଅଫିସର ହେମନ୍ତ ସାମଲ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ନିଃସ୍ଵାର୍ଥପର ସେବା ହିଁ ଈଶ୍ଵର ପ୍ରାପ୍ତିର ପ୍ରକୃଷ୍ଟ ମାଧ୍ୟମ । ତେଣୁ ଯିଏ ଯେଉଁ କ୍ଷେତ୍ରରେ ଥିଲେ ହେଁ ନିଜର ସେବା କାର୍ଯ୍ୟକୁ ଅବ୍ୟାହତ ରଖିବା ବୋଲି ଉଦ୍‌ଘାଟନୀ ସମାରୋହରେ ଅତିଥିଗଣ ମତପୋଷଣ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲାର ୧୨ଗୋଟି ବ୍ଲକରୁ ୧୨୦ ଜଣ ଛାତ୍ରଛାତ୍ରୀ ଶିବିରରେ ସାମିଲ୍ ହୋଇଥିଲେ । ୩ ଦିନ ଧରି ପିଲାଏ ରେଡ୍‌କ୍ରସ୍‌ ସଂପର୍କରେ ପ୍ରଶିକ୍ଷଣ ଗ୍ରହଣ କରିବେ । ସଭାକୁ ରବିଶଙ୍କର ଗୁରୁ ପରିଚାଳନା କରିଥିଲେ । ପ୍ରାରମ୍ଭରୁ ଭବ୍ୟ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ରେଡ୍‌କ୍ରସ୍‌ ପତାକା ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.