csstore

ଫପସି ମହୋତ୍ସବର ଷଷ୍ଠ ଦିବସରେ ଟିଟିଲାଗଡ଼ ଢ଼ାପ ନୂତ୍ୟରେ ଝୁମିଲେ ଦର୍ଶକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଫପସି ଠାରେ ଚାଲିଥିବା ଆରସିବି ଯୁବକ ସଂଘ ଆନୁକୂଲ୍ୟରେ ଫପସି ମହୋତ୍ସବର ଷଷ୍ଠ ଦିବସରେ ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ବଡ଼ମାଳ ସ୍କୁଲ ପ୍ରଧାନ ଶିକ୍ଷକ ଚିନ୍ତାମଣି ମହନ୍ତ, ଶିବଲାଲ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା, ଶିକ୍ଷକ ତରୁଣ ସୁନା, ଦେବରାଜ ଭୋଇ, ସୁଶାନ୍ତ ଦୀପ, ବନ୍ଧିତା ଶୋଭା ନାଏକ, ମମତା ମହାନନ୍ଦ, ସୁଶାନ୍ତ ଭୋଇ, କଲ୍ୟାଣୀ ବାରିକ, ହିମାଞ୍ଚଳ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ଅଞ୍ଚକର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚି ରଖିବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବକୁ ସଂଘର ସଭାପତି ମେଘା ମହାନନ୍ଦଙ୍କ ଅଧ୍ୟକ୍ଷତା କରିଥିବାବେଳେ ସରପଞ୍ଚ ମନୀଷ ସୁନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପେକ୍ଷୀରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହନ୍ତଙ୍କୁ ସଂଘ ତରଫରୁ ଉପଢେ଼øକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ରୋହିତ ମହାନନ୍ଦ ମଞ୍ଚକୁ ପରିଚାଳନା କରିଥିବାବେଳେ ଅନୁଷ୍ଠାନ ସମ୍ପାଦକ ଅମିତ ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଟିଟିଲାଗଡ଼ ଜୁରାବେନି କଳା ପରିଷଦ ଅନୁଷ୍ଠାନ ତରଫରୁ ଢାପ ନୂତ୍ୟ ପରିବେଷଣରେ ଦର୍ଶକ ବେଶ ମୋହିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୌରୀ ମୁନା, ଗୀତାଞ୍ଜଳି ତାଣ୍ଡି, କସ୍ତୁରୀ ମହାନନ୍ଦ, ଲଷ୍ମୀ ମହାନନ୍ଦ, ଲିଲି ମୁନା, ଅଭିମନ୍ୟୁ ମହାନନ୍ଦ, ମଣ୍ଟୁ ଛତ୍ରିଆ, ଲେଖାମଣି ବାଗ, ରମେଶ ମହାନନ୍ଦଙ୍କ ସମେତ କମିଟି ସଦସ୍ୟ ତଥା ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.