କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାନବାହାନ ଯାଞ୍ଚ : ଦୁର୍ଘଟଣା ହାର କମାଇବା ନେଇ ଉଦ୍ୟମ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ଦିନକୁ ଦିନ କୌଣସି ନା କୌଣସି ସ୍ଥାନରେ ଛୋଟବଡ ଦୁର୍ଘଟଣା ଘଟୁଥିବାର ନଜର ମଧ୍ୟ ରହିଛି । ତେଣୁ ଆଜି କୋରାପୁଟ ଆଞ୍ଚଳିକ ପରିବହନ ବିଭାଗର ଅତିରିକ୍ତ ଆର୍‌ଟିଓ ତପନ କୁମାର ବଟି ଓ ଆର୍‌ଟିଓ କର୍ମଚାରୀ ଏବଂ ବୈପାରିଗୁଡା ଥାନା ଏସ୍‌ଆଇ ଶିବଶଙ୍କର ନାୟକ ଓ ପୋଲିସଙ୍କ ପକ୍ଷରୁ ଶୂନ୍ୟ ଦୁର୍ଘଟଣା ପ୍ରବଣ ଅଞ୍ଚଳ କରିବା ନେଇ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କ ସହିତ ରାଞ୍ଚି ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଠାରେ କଡାକଡି ଭାବେ ଯାନବାହାନ ଯାଞ୍ଚ କରୁଥିବାର ଦେଖିବାକୁ ମିଳିଛି । ଥାନା ଅଞ୍ଚଳର ବିଭିନ୍ନ ମୁଖ୍ୟ ଛକମାନଙ୍କରେ ଯାନବାହନ ଯାଞ୍ଚ କରାଯାଇଛି । ଗାଡିର ସିଟବେଲ୍ଟ ନପିନ୍ଧିବା, ହେଲ୍‌ମେଟ୍‌ ବ୍ୟବହାର ନକରିବା, ମୋବାଇଲ ଧରି ଗାଡି ଚଳାଇବା ଓ ଆବଶ୍ୟକ କାଗଜପତ୍ର ନଥିବା ଆଦିକୁ କଡାକଡି କରାଯାଇଛି । ଏହାସହ ବାଇକ୍‌ ଚାଳକମାନଙ୍କୁ ହେଲ୍‌ମେଟ୍‌ ପିନ୍ଧିବା ଏବଂ କାର୍‌ ଚାଳକଙ୍କ ପାଇଁ ସିଟ୍ ବେଲ୍ଟ ପରିଧାନ ପାଇଁ ନିବେଦନ କରାଯାଇଥିଲା । ଏପରିକି ମଦ୍ୟପାନ ଯୋଗୁଁ ରୀତିମତ ଦୁର୍ଘଟଣା ଘଟୁଥିବାରୁ ଏନେଇ ଚାଳକଙ୍କୁ ସଚେତନ କରାଯାଇଥିଲା । ଏହାକୁ ଆଗକୁ ଆହୁରି କଡାକଡି କରାଯିବ ବୋଲି ଅତିରିକ୍ତ ଆର୍‌ଟିଓ ତପନ ବଟି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଯାନବାହାନ ଯାଞ୍ଚ ନେଇ ଖବର ପ୍ରଚାରିତ ହେବା ପରେ ରାସ୍ତାର ଉଭୟ ପାଖରେ ଅନେକ ଲୋକ ଅଟକି ରହିଥିଲେ । ବର୍ତ୍ତମାନ ସୁନ୍ଧା କେତେ ଟଙ୍କା ଆଦାୟ କରାଯାଇଛି ତାହା ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.