କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ୬୧ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ କଟକରେ ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର । ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ଓଡ଼ିଶାର ୨୫ଟି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀ ବୃନ୍ଦ ନୂତନ ଧାରାରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଉଦ୍ଘାଟନ କରି ଅନୁଷ୍ଠାନର ସୁଦୂର ପ୍ରସାରି ନୂତନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ଵ କରି ଅତୀତରେ ନୌବାଣିଜ୍ୟ ସାଧବ ପୁଅମାନଙ୍କ ଜୀବନ ଜୀବିକାର ମାଧ୍ୟମ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ବିଚାରପତି (ସି.ବି.ଆଇ) ଭିକାରୀ ଚରଣ ରାଉତ ନୌବାଣିଜ୍ୟ ସଂସ୍କୃତି ଉତ୍କଳୀୟ ସାମାଜିକ ଜୀବନକୁ ସମୃଦ୍ଧ କରିପାରିଛି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ ନୌବାଣିଜ୍ୟ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପରିଚୟ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ଜେନା, ଆଇ.ଏ.ଏସ ବିଜୟ ଦାସ, ନାଟ୍ୟକାର ଓ ସ୍ତମ୍ଭକାର ଡଃ. ତୋଫାନ ଜେନା, ବିପିନ୍ ବିହାରୀ ବାରିକ, ବିପିନ ଦଳାଇ, ପ୍ରେମଚାନ୍ଦ ମହାନ୍ତି, ଡ଼ଃ ମହେଶ୍ୱର, ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଡ଼କ୍ଟର ଯଶୋବନ୍ତ ସାମଲ, କଥାକାର ଏବଂ ସାହିତ୍ୟିକ ଏବଂ ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ, ସାହିତ୍ୟିକା ଏବଂ ସମାଜସେବୀ ଯୋଗଦେଇ ନୌବାଣିଜ୍ୟ ଏବଂ ବାଲିଯାତ୍ରା ଉତ୍ସବ ବିଷୟରେ ନିଜସ୍ଵ ସ୍ମୃତି ଅନୁଭୂତି ବ୍ୟାଖ୍ୟା କରିଥିଲେ । ପ୍ରଥମ ଅଧିବେଶନରେ କବି ପ୍ରବାସିନୀ ମିଶ୍ର କବିତା ସଂଯୋଜନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ ଓଡ଼ିଆ ବିଭାଗ ମଞ୍ଚ ପରିଚାଳନା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ବିଶ୍ଵ ଆଧ୍ୟାତ୍ମିକ ଚେତନା ପତାକାର ଶୁଭ ଲୋକାର୍ପଣ କରାଯାଇଥିଲା । ଶିଶୁ କଳାକାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଜୟ ମଲ୍ଲଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ – ୨୦୨୪ ଏବଂ ଯୁବ ବର୍ଗରେ ତ୍ରିଷା ରାୟଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ୨ ଶହ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୫ଟି ସେବା ଅନୁଷ୍ଠାନକୁ ଓଡ଼ିଶା ନୌବାଣିଜ୍ୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଯୁବ କବି ତନ୍ମୟ ବାରିକଙ୍କ କବିତା ସଙ୍କଳନ “ଦୂର ପାହାଡ଼ର ଡାକ”, କବୟିତ୍ରୀ ସଂହିତା ଜେନାଙ୍କ ପୁସ୍ତକ “ସବୁଜ ବଳୟ” ଏବଂ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣାଙ୍କ କବିତା ପୁସ୍ତକ “ମୋ ପ୍ରିୟ ପୃଥିବୀ ଏବଂ ଅନ୍ୟାନ୍ୟ କବିତା”ର ଶୁଭ ଉନ୍ମୋଚନ କରାଯାଇଥିଲା । ଝାରସୁଗୁଡ଼ା ନିବାସୀ କବି ଅରୁଣ ପାତ୍ର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Prev Post