oom

ଝରନିପାଲି ଠାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ଝରନିପାଲି ଗ୍ରାମ ପଂଚାୟତ କନଫରେନ୍ସ ହଲ ଠାରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଆନୁକୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସୂତି ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଝରନିପାଲି ସରପଞ୍ଚ ଶ୍ରୀମତୀ ସୁନିତା ସାହୁ, ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ଏଏଓ ଦେବବ୍ରତ ପଣ୍ଡା, ଏଓ ପ୍ରତିମା ରାଉତରାୟ ଏଫ୍‌ଇଏସ୍‌ ରିସୋର୍ସ ପର୍ସନ ମହେନ୍ଦ୍ର ପଧାନଙ୍କ ସମେତ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ମଞ୍ଚାସୀନ ଥିଲେ । ଅଣ – ଧାନ ଫସଲରେ ଡାଲି ଜାତୀୟ ଖାଦ୍ୟ ପ୍ରସ୍ତୁତରେ ଗ୍ରାମର ୬ ଗୋଟି ସ୍ଵଂୟ ସହାୟକ ଦଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଡାଲିର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପଦର୍ଶନ କରିଥିଲ । ଅତିଥି ମାନେ ପ୍ରଦର୍ଶନ ହୋଇଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଅନୁଧ୍ୟାନ କରି ଟେଷ୍ଟ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦଳକୁ ମନୋନୀତ କରି ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଅଭିଜିତ ମିଶ୍ର, ସୁଜିତ ସାହୁ, ପ୍ରହଲ୍ଲାଦ ପଧାନ, ନମିତା ପଧାନ, ସୁଭଦ୍ରା ମହାଲିଙ୍ଗ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.