ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କରଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିନାପାଲି ଚୈତନ୍ୟ ହୋତା ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ମାଝୀ , ସି.ଆର୍.ସି.ସି ଅମର ସିଂ ଭୋଇ, ସାମ୍ବାଦିକ ଦିଲ୍ଲୀପ ପଣ୍ଡା ମୁଖ୍ୟ ବକ୍ତା ଭାବରେ ରାଧାଚାନ୍ଦ ଯୋଷୀ ପୂର୍ବତନ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଦେବ ପୂଜନ ତଥା ସହିତ ବିର୍ସା ମୁଣ୍ଡାଙ୍କ ଫଟୋରେ ପୁପ୍ପ୍ୟମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶିକ୍ଷାର୍ଥୀର ସର୍ବାଙ୍ଗିନ ବିକାଶ ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ସଂପର୍କ କିଭଳି ରହିବାକଥା ସମସ୍ତ ଅତିଥି ଏବଂ ମୁଖ୍ୟବକ୍ତା ନିଜର ଅଭିଭାଷଣରେ ରଖିଥିଲେ । ବିଦ୍ୟାଳୟ ସୁବିଧା ଅସୁବିଧା ସଂପର୍କରେ ଅଭିଭାବକ ନିଜର ମନ୍ତବ୍ୟ ଦେବା ସହ ବିଭିନ୍ନ ବିଭାଗରୁ ଆସିଥିବା କର୍ମଚାରୀମାନେ ନିଜ ବିଭାଗର ଉପଲବ୍ଧ ସୁବିଧାସୁଯୋଗ କଥା ଜନସାଧାରଣଙ୍କୁ ଜଣାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସେବକ ନରେଶ ସୁନାନୀ ପରିଚାଳନା କରୁଥିବା ବେଲେ ସେବକ ନରସିଂହ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।