ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୪୦ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଚାରିପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭୋରୁ ଠାକୁରଙ୍କ ରୀତିନୀତି ଓ ପୂଜାର୍ଚ୍ଚନା ପରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡାଯାଇଥିଲା । ପ୍ରବଳ ଭିଡ଼ ଯୋଗୁଁ ଧାଡି ବାନ୍ଧି ଲୋକମାନେ ଦର୍ଶନ କରିଥିଲେ ଠାକୁରଙ୍କୁ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅନ୍ୟାନ ଅଞ୍ଚଳ ଓ ଅନ୍ୟ ଜିଲ୍ଲା ମଧ୍ୟରୁ ବହୁ ଭକ୍ତଙ୍କ ସମାଗାମ ହୋଇଥିଲା । ଠାକୁରଙ୍କ ଦର୍ଶନ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭାରାଶି ସାଙ୍ଗକୁ ବଙ୍ଗୋପ ସାଗରଜଳ ରାଶି, ବେଳାଭୂମି, ଝାଉଁ, କାଜୁ ଜଙ୍ଗଲ, ପାର୍କ, ଭକ୍ତଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ପୀଠ । ବିଶେଷ କରି ମନ୍ଦିର ଓ ସମୁଦ୍ର କୂଳରେ ଭୋର୍ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟ୍ରାଫିକ, ଶାନ୍ତି ଶୃଙ୍ଖଳାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲେ । ଏହାକୁ କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ଖଟୁଆ କୁଦା, ପୋଡମ ପେଟା, ମୟୁର ପଦା, ଗୋଖର କୁଦା ପ୍ରଭୁତି ଗ୍ରାମ ପରିଚାଳନା କରିଥିଲେ ।