oom

ବୋଇତ ବନ୍ଦାଣ ଉତ୍ସବ ସମାରୋହ ପରେ ଯୁବପିଢିଙ୍କ ସଫେଇ ଅଭିଯାନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ରଥଯାତ୍ରାରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରଥଯାତ୍ରାର ଦଳାଚକଟା ସମୟରେ ଅତ୍ୟାବଶ୍ୟକ ସମାଜସେବା ପାଇଁ ପ୍ରଶଂସିତ ହୋଇଥିବା ସେବା ପ୍ରତିନିଧିର ସଦସ୍ୟମାନେ କାର୍ତ୍ତିକ ପୂର୍ଣ୍ଣିମାରେ ବି ଅନୁରୂପ ଭାବେ କିଛି ନୂତନ କାର୍ଯ୍ୟ କରି ସମାଜକୁ ଏକ ଉତ୍ତମ ବାର୍ତ୍ତା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅତୀତରେ ଓଡ଼ିଶାର ସାଧବମାନଙ୍କ ବାଣିଜ୍ୟ କୀର୍ତ୍ତିରାଜିକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ଜଳାଶୟମାନଙ୍କରେ କଦଳୀ ପଟୁଆରେ, ସୋଲ ତଥା ରଙ୍ଗିନ କାଗଜର ଡଙ୍ଗା ଛାଡି ଆନନ୍ଦ ଉଲ୍ଲାସରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାଆନ୍ତି କିନ୍ତୁ ଡ଼ଙ୍ଗା ଭସାଇବା ପରେ ପୋଖରୀ, ହ୍ରଦ କଥା ସମସ୍ତେ ଭୁଲିଯାଇଥାନ୍ତି ଓ ଜଳାଶୟଗୁଡିକ ଅପରିଷ୍କାର ହୋଇଥାଏ । ଏହାର କିପରି ସୁରକ୍ଷା କରାଯାଇପାରିବ, ତାହା ଭାବି ପ୍ରତି ବର୍ଷ ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପ୍ରତ୍ୟେକ ବର୍ଷ ଡ଼ଙ୍ଗା କଢ଼ା ଅଭିଯାନ ସକାଳ ସମୟରେ ଚାଲିଥାଏ । ଏ ବର୍ଷ ମଧ୍ୟ ରାଜଧାନୀର ପ୍ରମୁଖ ପୁଷ୍କରିଣୀ ବିନ୍ଦୁସାଗର ତଥା ସୁନ୍ଦରେଶ୍ୱର ପୋଖରୀରେ ଡ଼ଙ୍ଗା କଢ଼ା ଅଭିଯାନ ଚାଲିଥିଲା ଯେଉଁଥିରେ ଦୁର୍ଯ୍ୟୋଧନ ଦାସ, ଅଭିମନ୍ୟୁ ବିଷୋୟୀ, ଦୀପକ ମହାପାତ୍ର, ସ୍ରୋତ ସାରସ୍ୱତ ଦାସ, ନୟନୀ ବେହେରା, ପ୍ରତିମା ବେହେରା, ଶ୍ରୁତିକ ନନ୍ଦ ଓ ଗୋୖରୀ ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଏଥର ପ୍ରଥମ ଥର ପାଇଁ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଦିନେଶ ମହାନ୍ତି, ଯୋଗେଶ ସେଠୀଙ୍କ ନେତୃତ୍ୱରେ ଦୀପକ ବେହେରା, ଆକାଶ ବେହେରା, ସୁମିତ ଖୁଣ୍ଟିଆ କରାତଳି ଗ୍ରାମର ପୋଖରୀ ପଟିଆ ବନ୍ଧ ତଥା ଅନୁଗୁଳର ଖଲାରୀ ଗ୍ରାମରେ ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, କହ୍ନେଈ ପ୍ରଧାନଙ୍କ ନେତୃତ୍ୱରେ ରାମେଶ୍ୱର ମନ୍ଦିର ପରିଷ୍କାର କରାଯିବା ସହ ନିକଟସ୍ଥ ପୋଖରୀ ସଫା ହୋଇଥିଲା । ଏହି ସବୁ କାର୍ଯ୍ୟରେ ସେବା ପ୍ରତିନିଧି ସଙ୍ଗଠନର ବିଭିନ୍ନ ଅଞ୍ଚଳର ଶତାଧିକ ଯୁବବର୍ଗ ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟର ପରିଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ସାଧୁବାଦ ଦେଇ ଭବିଷ୍ୟତରେ ଏହିଭଳି ଭଲ କାର୍ଯ୍ୟ ଜାରି ରଖିବାକୁ ଯୁବ ବର୍ଗକୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.