ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୁତର : ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗ୍ୟାସ ସିଲିଣ୍ଡର ଫାଟି ୩ ସ୍ୱାମୀ ଆୟପା ଭକ୍ତ ଗୁରୂତର । ୨ ଗୁରୁତରଙ୍କୁ ବ୍ରହ୍ମପୁର ଓ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ରାୟଗଡା ସହର ରାନିଗୁଡ଼ା ଫାର୍ମ ଏଚ୍ପି ଗ୍ୟାସ ଗୋଦାମ ନିକଟରେ ଏଭଳି ଘଟଣା ଘଟିଛି । ସାଧାରଣତଃ ସ୍ୱାମୀ ଆୟପା ବ୍ରତଧାରୀ ପରିବାର ଠାରୁ ଦୂରରେ ରୁହନ୍ତି, ଏଣୁ ଏକ ଭଡ଼ା ଘରେ ରହି ପୂଜାପାଠ କରୁଥିଲେ । ଆଜି ସକାଳୁ ଭୋଜନ ପ୍ରସ୍ତୁତି ନିମନ୍ତେ ଗ୍ୟାସ ଲଗାଇବା ବେଳେ ନିଆଁ ଲାଗିଯାଇଥିଲା ଫଳରେ ଏହି ୩ ଭକ୍ତ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ସାଥୀ ଭକ୍ତ ପହଞ୍ଚି ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଗୁରୁତର ଭକ୍ତମାନେ ହେଲ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ବୋଲି ଜଣାପଡ଼ିଛି । ଗୁରୁତରଙ୍କ ପ୍ରାୟ ୬୦ ଭାଗ ପୋଡି ଯାଇଛି । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।