csstore

ବିଅରପାଲିରେ ଜନଜାତୀୟ ଗୌରବ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତର ବିଅରପାଲି ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମୀରା ମୁଗ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣିଉଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିପିଇଓ କିଶୋର ଚନ୍ଦ୍ର ମାନସିଂ, ନୋଡାଲ ଅଫିସର ତଥା ଏବିଡିଓ ରାଜେନ୍ଦ୍ର ବାବୁ, ଜଙ୍ଗଲ ଅଧିକାର ଆଇନ ବ୍ଲକ ସଂଯୋଜକ ତଥା ରିସୋର୍ସ ପର୍ସନ ବିମଳେନ୍ଦୁ ସାହୁ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନିଶା ନିବାରଣ, ସ୍ୱଚ୍ଛତା ଉପରେ ଶପଥପାଠ କରାଯିବା ସହିତ ଜଙ୍ଗଲ ଅଧିକାର ଆଇନ ଉପରେ ଆଲୋକପାତ କରାଯାଇଥିଲା । ଡବ୍ଲୁଇଓ ଅରୁଣ ସାଗର, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂର୍ଯ୍ୟପ୍ରତାପ ପଧାନ, ଜିଆର୍‌ଏସ୍‌ ଶିବପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.