oom

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ରାଜ୍ୟସ୍ତରୀୟ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଜୟନ୍ତୀ ସଭା ପୂର୍ବରୁ ଆଦିବାସୀମାନେ ପାରମ୍ପରିକ ବେଶଭୂଷା, ନୃତ୍ୟବାଦ୍ୟ ସହିତ ସହରରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରା ପରେ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଏକ ସଭା ମହାସଂଘର ସଭାପତି ବାଳକୃଷ୍ଣ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବୀର ବିର୍ସା ମୁଣ୍ଡାଙ୍କ ବଳିଦାନ, ଅବଦାନ, ଅଧୁରାସପ୍ନକୁ ସାକାର କରିବାକୁ ଆଦିବାସୀ ନେତାମାନେ ଉଦ୍‌ବୋଧନ ଦେଇଥିଲେ । ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ, ଜୀବନ ଜୀବିକାର ସୁରକ୍ଷା ସହିତ ଆଦିବାସୀ କଳା, ସଂସ୍କୃତି ଐତିହ୍ୟ, ଭାସ୍କର୍ଯ୍ୟ, ଭାଷା, ଧାର୍ମିକ ପୀଠର ସଂରକ୍ଷଣ ଏବଂ ପୁନଃଉଦ୍ଧାର, ଆଦିବାସୀ ମାନଙ୍କୁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଆଦିବାସୀ ଏକଜୁଟ ହେବାକୁ ଉଦ୍‌ବୋଧନ ଦେଇଥିଲେ । ସୁପ୍ରିମ କୋର୍ଟ ଦେଇଥିବା କ୍ରିମି ଲେୟାର ରାୟର ପୁନଃ ସମୀକ୍ଷା କରି ଉଚ୍ଛେଦ କରିବା, ଓଡିଶା ସ୍ଥାନ ସଂରକ୍ଷଣ ଆଇନ ଅନୁସାରେ ସରକାରୀ ବିଭାଗରେ ଆଦିବାସୀ ପ୍ରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ଚାକିରୀ ଦେବା, ମେଡିକାଲ, ଇଞ୍ଜିନିୟରିଙ୍ଗ, ବୃତ୍ତିଗତ ଉଚ୍ଚ ଶିକ୍ଷାରେ ଶତକଡା ୧୨ ପ୍ରତିଶତ ବଦଳରେ ୨୩ ପ୍ରତିଶତକୁ ବୃଦ୍ଧି କରିବା, ତ୍ରିସ୍ତରୀୟ ପଞ୍ଚାୟତ ସଂସ୍ଥାରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ପଦବୀରେ ଆଦିବାସୀ ମାନଙ୍କ ପାଇଁ ୨୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା, ପେସା ଆଇନ ଲାଗୁ କରିବା, ନକଲି ଆଦିବାସୀ ମାନଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ କରିବା, ଆଦିବାସୀ ଭାଷା କୁଇ, ଗୋଣ୍ଡି, ମୁଣ୍ଡାରୀ, ହୋ, ଭୂମିଜ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଦାବୀ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମୁଖ୍ୟବକ୍ତା ବାଳକୃଷ୍ଣ ଶବର ନୂଆପଡ଼ା, ସମ୍ମାନିତ ଅତିଥି ମହାସଂଘର ଉପସଭାପତି ରାମ ଶବର ଗଞ୍ଜାମ, ପରମାନନ୍ଦ ମାଝୀ କଳାହାଣ୍ଡି, ସଭାପତି ଶ୍ୟାମସୁନ୍ଦର ଭୋଇ ବଲାଙ୍ଗିର, ଗୁପ୍ତେଶ୍ୱର ମଲ୍ଲିକ ସୋନପୁର, ଶ୍ରୀମତୀ ବନଲତା ମାଝୀ, ଆଦିବାସୀ ନେତା ପଦ୍ମନ ପ୍ରଧାନୀ, ଦଶରଥ ଛତ୍ରିଆ, ସନ୍ତୋଷ ପୁଟା, ମନରଞ୍ଜନ ଭୋଇ, ରସିକ ଧରୁଆ, ପାଳେଶ୍ୱର ଭୋଇ, ନିତ୍ୟାନନ୍ଦ ମାଝୀ, ମୀନକେତନ ମାଝୀ, ପ୍ରଫୁଲ୍ଲ ତୁମୁନିଆଁ, କାର୍ତ୍ତିକ ମଲ୍ଲିକ, ରାମଚନ୍ଦ୍ର ମୁର୍ମୁ, ଚୌବନ କିଶୋର ମାଝୀ, ଭୁବନେଶ୍ୱର ଧରୁଆ, ଥବିର ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଂସଦା ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.