csstore

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଜାତୀୟ ଲୋକସେବା ଓ ପ୍ରସାରଣ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ମଙ୍ଗଳବାର ଜାତୀୟ ଲୋକସେବା ଓ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଞ୍ଚ ଉପସ୍ଥାପନ ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ପ୍ରସାରଣ ଓ ସାମ୍ବାଦିକତା ପାଇଁ ନିଜକୁ ସ୍ୱତନ୍ତ୍ର ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଇତିହାସ ପଢିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଇତିହାସ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଥିବା ମଞ୍ଚ ଉପସ୍ଥାପିକା ସୂଦୀପ୍ତା ପାଣିଗ୍ରାହୀ, ପ୍ରଫେସର ଗଣେଶ ସେଠୀ, ଜୟନ୍ତ କୁମାର ପଣ୍ଡା, ଡ. ଚିନୁ ବହିଦାର, ଡ. ନେହା ପାଣ୍ଡେ, ଅଗ୍ନି କୁମାର ବେହେରା, ସୌରଭ ପ୍ରକାଶ ସେଠ ପ୍ରମୁଖ ଯୋଗଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ । ଶେଷରେ ଛାତ୍ର ଶ୍ଵାସ୍ତି ସୁନ୍ଦର ସିୟା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.