oom

ନୃସିଂହନାଥରେ କାର୍ତ୍ତିକ ମେଳା ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ୫ ଦିନ ଧରି ଚାଲିଥିବା ପଞ୍ଚୁକ ବୁଡ ଶେଷ ସହ କାର୍ତ୍ତିକ ମେଳା ଉଦ୍‌ଯାପିତ ହୋଇଯାଇଛି । ପଞ୍ଚୁକ ୫ ଦିନ ଯାକ ଏଠାରେ ମାଁ, ଉଭଣୀ ମାନେ ଶହଶହ ସଂଖ୍ୟାରେ ଏକତ୍ରିତ ହୋଇ ଭୋରରୁ ଝରଣାରେ ଗାଧୋଇ କାର୍ତ୍ତିକ ପୁରାଣ ପାଠ କରି ତୁଳସୀ ଚଉରା ମୂଳରେ ପୂଜାପାଠ କରୁଥିଲେ । କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଶିବ ମନ୍ଦିର ନିକଟରେ ଓ ଗୋକୁଳ ଘାଟ ପାଖରେ ରାତ୍ରି ୨ଟାରୁ ପରିବାରର ଭବିଷ୍ୟତ ଜୀବନ ସୁଖମନାସୀ ଦୀପ ଜାଳି ଝରଣାରେ ବୋଇତ ବନ୍ଦାଣ କରିଛନ୍ତି । ଦୂର ଦୂରାନ୍ତରୁ ଆସିଥିବା ମାଁ ଉଭଣୀ ମାନେ ଦିନ ବେଳା ମଧ୍ୟ ବୋଇତ ବନ୍ଦାଣ କରୁଥିବା ଦେଖାଯାଇଛି । ଭକ୍ତ ମାନଙ୍କ ପ୍ରବଳ ଭିଡ ଯୋଗୁଁ ଅନେକ ସମୟ ଲାଇନରେ ଠିଆ ହୋଇ ଅପେକ୍ଷା କରିଥିବା ଭକ୍ତଙ୍କୁ ପୂଜକ ମାନେ ସୁରୁଖୁରୁରେ ଠାକୁରଙ୍କୁ ଦର୍ଶନ କରାଉ ଥିଲେ । ଦୋକାନ ବଜାରରେ ପ୍ରବଳ ଭିଡ ଯୋଗୁଁ ହୋଟେଲ ମାନଙ୍କରେ ଖାଇବା ଜିନିଷ ସରିଯାଉଥିଲା । ପ୍ରାୟ ୫୦ ହଜାରରୁ ଅଧବକ ଭକ୍ତ ଏକତ୍ରିତ ହୋଇଥିଲେ ବୋଲି ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିବା ସହ ମନ୍ଦିର କର୍ମଚାରୀ, ସ୍ଥାନୀୟ ସ୍ୱେଚ୍ଛାସେବୀ, ପୋଲିସ ଷ୍ଟାପ ପ୍ରମୁଖ ପରିଶ୍ରମ କରିଶାନ୍ତି ଶୃଙ୍ଖଳା ରକ୍ଷା ସହ ବିଭିନ୍ନ କାମରେ ସହଯୋଗ କରିଥିଲେ । କାର୍ତ୍ତିକ ଯାତ୍ରା ବହୁତ ସୁରୁଖୁରୁରେ ଶେଷ ହୋଇଥିଲା, ଗୁରୁବାର ରାତ୍ରିରେ ମନ୍ଦିରରେ ଅଁଳାତଳ ଓ ଚତୁର୍ଦ୍ଦଶୀ ପୂଜା କରାଯାଇଥିଲା । ରାତ୍ରି ୯ଟା ସମୟରେ ପ୍ରାୟ ୫ ହଜାର ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିର କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି ।

jittmm
Leave A Reply

Your email address will not be published.