oom

ଧର୍ତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ଯାଦବ ସମାଜ ଭବନ ସଭାଗୃହ ନବସେତୁ ମାସିକ ପତ୍ରିକା ଓ ଆଦିବାସୀ ଅଧିକାର ମହାସଂଘର ମିଳିତ ମଞ୍ଚରେ ଶ୍ରୀମାନ ଦ୍ଵିଜ ଦଲପତିଙ୍କ ସଭାପତିରେ କ୍ରାନ୍ତିକାରୀ, ଜନନାୟକ, ଧର୍ତୀ ଆବା ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ପ୍ରଦେଶୀ ବିଶ୍ଵାଲ ଆବାହକ ରାଜ୍ୟ ଓବିସି ମଞ୍ଚ, ବସୁଦେବ ମୁଗ୍ରୀ ଅବସରପ୍ରାପ୍ତ ଶିକ୍ଷକ, ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ ସମ୍ପାଦକ ନବସେତୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିର୍ସା ମୁଣ୍ଡାଙ୍କ ଜୀବନ ଦର୍ଶନରେ ଭାରତୀୟ ସମାଜରେ ଉପଯୋଗୀ ଶିର୍ଷକ ଆଲୋଚନାରେ ତରଣୀ ସେନ ଦୀପ, ତ୍ରୀଲୋଚନ ନନ୍ଦ, ଡଃ. ବିପିନ କୁଶୁଲିଆ, ସରସ୍ଵତୀ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ କଣ୍ଠଶିଳ୍ପୀ ସୋମ ବନଛେର, ଡୋଲେଶ୍ଵରୀ ଛତ୍ରୀଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କାଲିନ୍ଦ୍ରୀ ମାଝୀ, ସତ୍ୟ ବନଛେର, ମଧୁସୂଦନ କ୍ଷେତୀ, ଅହଲ୍ୟା ରଣା, ଜୟ କୁମାରୀ ବାଗ, ରତି ରଞ୍ଜନ ବୁଦ୍ଧ ଓ କ୍ଷମା ନିଧି ଦଲପତିଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାରେ କରୁଣା ବିଶ୍ଵାଳ, କଣ୍ଠେଶ୍ଵର ଜୁଏଡ, ଜ୍ୟୋତିଷ ମୁଗ୍ରୀ, ଟଙ୍କଧର ଗଡତ୍ୟା, ହରିନନ୍ଦ, ନରେଶ ବାଗ, ସୁଶାନ୍ତ କଲତା, ସୁରେନ୍ଦ୍ର କୁମ୍ଭାର, ଜଗନ୍ନାଥ ମାହାଣା, ତ୍ରିଲୋଚନ ମେହେର, ଅକ୍ରୁର ସୁନା, ପୁଷ୍ପାଞ୍ଜଳି ମୁନା, ମାମିନା ମେହେର, ସିମାନନ୍ଦ, ଯାଜ୍ଞସେନୀ ବଗର୍ତ୍ତୀ, ସାଇସୁନ୍ଦର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆଗଲପୁର ସଂଯୋଜକ ଆନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.