centurian jitm

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ଦିନ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ରଘୁନାଥପଲ୍ଲୀର ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇଙ୍କ ପୌରହିତ୍ୟ ଓ ଜ୍ୟୋସ୍ନାରାଣୀ ସାହୁ ତଥା ମୋନାଲିସା ଗୌଡଙ୍କ ସଂଯୋଜନାରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ଆଭିମୁଖ୍ୟ ଓ ଉତ୍କଳୀୟ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନ ୩୪ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳନ କରୁଥିବାରୁ ସାଧୁବାଦ ଦେଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଟିମ୍ ଉଦାହରଣର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ ଡିଆଇଜି ଦୟାନିଧି ତନ୍ତୀ, ସମାଜସେବୀ ବାଳମୁକୁନ୍ଦ କଦମୱଲା ଓ ଫଟୋଗ୍ରାଫର ଏସ୍ କେ ଜାଭେଦଙ୍କୁ ମୋମେଣ୍ଟୋ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଉରକେଲା ପ୍ରତିଭାଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ଇପ୍ସିତା ପଣ୍ଡା, ଦେବ, ଶଙ୍କର ଦାନ୍ ଓ ସାଥୀମାନେ ଯୋଗଦେଇ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ପୃଷ୍ଟପୋଷକ କୁନବିହାରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ, ସଭାପତି ଶ୍ରୀ ସାହାଣୀ ସଭାପତିତ୍ୱ ଅଭିଭାଷଣ, ସାଧାରଣ ସମ୍ପାଦକ ଶ୍ରୀ ଜେନା ସମ୍ପାଦକୀୟ ବିବରଣୀ ଓ ଶେଷରେ ଅଧ୍ୟକ୍ଷ ଶ୍ରୀ କାୟଲ ଧନ୍ୟବାଦ ଅର୍ପଣ କରିଥିଲେ । ୧୫ ତାରିଖ ପ୍ରାତଃ ୪ଟା ୪୫ରେ ୩୦୧ ସାଧବ ବୋହୂଙ୍କ ଦ୍ୱାରା ପାରମ୍ପରିକ ବୋଇତ ବନ୍ଦାଣ ଶୋଭାଯାତ୍ରା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୀନତି ଦେବତା, କୋଷାଧ୍ୟକ୍ଷ ସନ୍ତୋଷ ସ୍ୱାଇଁ, ମିଟୁ ବେହୁରିଆ, ଆଦିତ୍ୟ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । ଉପଦେଷ୍ଟା ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ଗୋପିନାଥ ପଟ୍ଟନାୟକ, ମୀନତି ଦେବତା, ଅତୁଲ୍ୟ ଦେବତା, ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ, ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ, ବଣ୍ଟି ସିଂ, ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ୱାଇଁ, ସୁଶାନ୍ତ ମହାନ୍ତି, ଗଣେଶ ରାଉତ ପ୍ରମୁଖଙ୍କ ସମେତ ଗରିମା ପରିବାରର ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!