oom

ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରତିଯୋଗିତା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରନୀପାଲି ପଂଚାୟତ କନ୍‌ଫରେନ୍ସ ହଲ୍‌ ଠାରେ କୃଷି ଓ କୃଷକ ସଶକ୍ତ, ଓଡିଶା ସରକାରଙ୍କ ତରଫରୁ ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୂଲ୍ୟରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ସମ୍ୱନ୍ଧୀୟ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଣଧାନ ଫସଲ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀଙ୍କ ସମେତ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ସହକାରୀ କୃଷି ଅଧିକାରୀ ଦେବପ୍ରିୟ ପଣ୍ଡା, କୃଷି ଓଭରସିଅର ପ୍ରତିମା ରାଉତରାୟ, ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ଏଫ୍ଇଏସ୍‌ ରିସୋର୍ସ ପର୍ସନ ମହେନ୍ଦ୍ର ପଧାନ, କୃଷକ ସାଥି ଅଚ୍ୟୁତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୬ ଗୋଟି ସ୍ୱୟଂ ସହାୟକ ଦଳ ଅଂଶଗ୍ରହଣ କରି ଅଣଧାନରେ ଡାଲି ଜାତୀୟ ଫସଲରୁ ଖାଦ୍ୟ ପ୍ରସ୍ତୁତି କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଖାଦ୍ୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଅନୁଧ୍ୟାନ ପୂର୍ବକ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳ ଚୟନ କରାଯାଇ ମନୋନୀତ ଦଳକୁ ମାନପତ୍ର ସମେତ ଟ୍ରଫି ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଅଭିଜିତ ମିଶ୍ର, ପ୍ରହଲ୍ଲାଦ ପଧାନ, ନମିତା ପଧାନ, ସୁଭଦ୍ରା ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.