csstore

କର୍ମଚାରୀ ଛଟେଇ ପ୍ରତିବାଦରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ସ୍ଥାନୀୟ ସଂଘ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିପିଡବ୍ଲୁଓଡିଏଲ୍ ଅଧୀନରେ କାମ କରୁଥିବା ବିଭିନ୍ନ ଏଜେନ୍ସି ଦ୍ୱାରା ନିୟୋଜିତ କରାଯାଇଥିବା କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସଂଘ ଦୃଢ଼ ବିରୋଧ କରିଥିଲା । ଦିନକୁ ଦିନ ଲାଇନ୍ ସବଷ୍ଟେସନ୍, ଗ୍ରାହକ ସଂଖ୍ୟା ଓ ସେହି ପରିମାଣରେ ମେଣ୍ଟେନାନ୍ସ୍ କାମ ବଢି ଚାଲିଥିବା ବେଳେ ଆହୁରି କର୍ମଚାରୀ ଆବଶ୍ୟକ ଥିବା ସ୍ଥଳେ କର୍ମଚାରୀ ହ୍ରାସ କରିବା ପାଇଁ ନେଇଥିବା ଟାଟା ପାୱାର କତ୍‌ର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଶ୍ରୀ ଖୁଣ୍ଟିଆ ଘୋର ନିନ୍ଦା କରିଥିଲେ । ଉକ୍ତ ସଭାରେ ବଲାଙ୍ଗିର ଡିଭିଜନର ସମ୍ପାଦକ ଉଦ୍ଧବ କରଣ, କୋଷାଧ୍ୟକ୍ଷ ରାମକୁମାର ସା, ବରିଷ୍ଠ ଲାଇନମ୍ୟାନ ସମ୍ବିତ ପଣ୍ଡା, ସୁରେନ୍ଦ୍ର ସେଟ, ରାହୁଲ ନାଏକ, ହରିହର ପଧାନ, ବୃନ୍ଦାବନ ପାଣ୍ଡେ, ପ୍ରଶାନ୍ତ ଖଟୁଆ, ଅମୀୟ ପଶାୟତ, କିଶୋର ବେହେରା, ସୁନୀଲ ବାରିକ, ରମେଶ କୁମାର ସାହୁଙ୍କ ସହିତ ଶହ ଶହ ବିଦ୍ୟୁତ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଶ୍ରମିକ ବିରୋଧୀ କାର୍ଯ୍ୟକଳାପ ନୀତିକୁ ଶୀଘ୍ର ବନ୍ଦ କରାନଗଲେ ଟିପିଡବ୍ଲୁଓଡିଏଲ୍‌ର ସମସ୍ତ କାର୍ଯ୍ୟକ୍ରମକୁ ଦୃଢ଼ ବିରୋଧ କରାଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

jayashree
Leave A Reply

Your email address will not be published.