ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାସ୍ତ୍ରୀନଗର ସ୍ତିତ ଭାରତ ସରକାରଙ୍କର ଦକ୍ଷତା ବିକାଶ ପୁନର୍ବାସ ଏବଂ ଭିର୍ଣ୍ଣକ୍ଷମ ସଶକ୍ତି କରଣ ବିଭାଗ ଅଧିନସ୍ଥ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର (ସିଆରସି) ବଲାଙ୍ଗିର ଠାରେ ଆନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ୟାମା ମେହେର, ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରତିନିଧି ବିଷ୍ଣୁ ବିଶ୍ୱାଳ, ସ୍ୱତନ୍ତ୍ର ଶିକ୍ଷାର ସହାୟକ ପ୍ରଫେସର ଶ୍ରୀମତୀ ଲୁସିକା ନାୟକ ଏବଂ ଭୌତିକ ଚିକିତ୍ସାର ଅଧ୍ୟାପକ ବିଶ୍ୱଜିତ କାନୁନଗୋ ଯୋଗ ଦେଇଥିଲେ । ପ୍ରୋସ୍ଥେଟିକ୍ସର କୁମାରୀ ଶୁଭସ୍ମିତା ସାହୁ ଏବଂ ଅର୍ଥୋଟିକ୍ସ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିବା ସହିତ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଷୟରେ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ବୁଝାଇଥିଲେ । ଏହା ବ୍ୟତୀତ ଏହି ବିଭାଗର ସମନ୍ୱୟ ଅନ୍ୟ ସବୁ ବିଭାଗରେ କେମିତି ରହିଛି ସେ ବିଷୟରେ ମଧ୍ୟ ଜଣାଇଥିଲେ । ଅମିତ ମିଶ୍ର ଅତିଥି ସ୍ୱାଗତ କାର୍ଯ୍ୟର ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିଗଣମାନେ ନିଜ ନିଜର ମତ ରଖିଥିଲେ ଏବଂ ଏହି ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ଦିବସରେ ଅତିଥିମାନଙ୍କ ଦ୍ୱାରା ଭିର୍ଣ୍ଣକ୍ଷମମାନଙ୍କୁ ବିଭିନ୍ନ ପ୍ରକାରର ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଉପକରଣ ବଣ୍ଟନ କରାଯାଇଥିଲା । ସହାୟକ ପ୍ରଫେସର (ବାକ ଏବଂ ଶ୍ରବଣ ବିଭାଗ) ଜିତେନ୍ଦ୍ର ବାରିକ ଏବଂ ବ୍ୟବସାୟିକ ଚିକତ୍ସା ବିଭାଗର ଅଧ୍ୟାପକ ଶିବଦ୍ୟୁତି ମହାପାତ୍ର ନିଜର ମତ ଉପସ୍ଥାପନ କରିଥିଲେ । ସିଆରସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ ସହଯୋଗ କରି, ସିଆରସି ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ସଭାର ଶେଷରେ ପୁନର୍ବାସ ଅଧିକାରୀ ସୌମ୍ୟ ଶେଖର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post