csstore

ଡେଲି ମାର୍କେଟ କାଳୀ ପୂଜା କମିଟି ପକ୍ଷରୁ ବିସର୍ଜନ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଡେଲି ମାର୍କେଟ କାଳୀ ପୂଜା କମିଟି ପକ୍ଷରୁ ମା’ କାଳୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଆଜି ଏକ ଶୋଭାଯାତ୍ରା ବାହାରିଥିଲା । ମଧ୍ୟାହ୍ନ ୧୨ଟା ସମୟରୁ ଏହି ଶୋଭାଯାତ୍ରାରେ ଢୋଲ, ନାଗରା ବାଦ୍ୟଯନ୍ତ୍ର ସହିତ ବିସର୍ଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଶୋଭାଯାତ୍ରାରେ କମିଟିର ପଦାଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକ ଅଂଶଗ୍ରହଣ କରିଥିଲେ । ମା’ କାଳୀଙ୍କ ମୂର୍ତ୍ତିକୁ ଟ୍ରକ୍‌ରେ ସୁସଜ୍ଜିତ କରାଯିବା ସହିତ ବାଲୁଘାଟର ଅସ୍ଥାୟୀ ବିସର୍ଜନ ପୋଖରୀ ଅଭିମୁଖେ ଶୋଭାଯାତ୍ରା ବାହାରିଥିଲା । ବିସର୍ଜନ ଶୋଭାଯାତ୍ରା ପୂଜା ମଣ୍ଡପରୁ ବାହାରି ମୁଖ୍ୟ ରାସ୍ତା ଦେଇ ଉଦିତନଗର, ଆମ୍ବେଦକର ଛକ ଦେଇ ବାଲୁଘାଟ କୃତ୍ରିମ ପୋଖରୀ ନିକଟରେ ପହଞ୍ଚିଥିଲା । ମା’ କାଳୀଙ୍କ ପ୍ରତିମାକୁ ପୂର୍ବରୁ ରଖାଯାଇଥିବା କ୍ରେନ୍ ସାହାର୍ଯ୍ୟରେ ବିସର୍ଜନ କରାଯାଇଥିଲା । ଏହି ଅବସରରେ ଜୟ ମା’ କାଳୀ, ମା’ କାଳୀ ଜୟ ଧ୍ୱନୀ ଦିଆଯାଇଥିଲା । ଏହି ଶୋଭାଯାତ୍ରାରେ ମା’ କାଳୀ କମିଟିର ଆବାହକ ଦିଲ୍ଲୀପ ରାୟ, ଅଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସମେତ କାଳନ୍ଦୀ ବଡଜେନା, ରଞ୍ଜିତ ନାୟକ, ଦେବେନ୍ଦ୍ର ଶ୍ରୀଚନ୍ଦନ, ବାସୁଦେବ ବାରିକ୍, ରହିହୁଲ ସାହୁ, ଗୁଣନିଧି ରାଉତରାୟ, ସୁନାକର ନାୟକ, ଦେବବ୍ରତ ବିହାରୀ, ଦେବ ସ୍ୱାଇଁ, ଗୌରାଙ୍ଗ ଖଟୁଆ, ବାଦଲ ଶ୍ରୀଚନ୍ଦନ, ଦିଲ୍ଲୀପ ସାହୁ ଏବଂ ଅନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ ଏହି ବିସର୍ଜନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଶୋଭାଯାତ୍ରାରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ କରାଯାଇଥିଲା ।

jayashree
Leave A Reply

Your email address will not be published.