lika

ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା

gbag

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବିଜେଡ଼ି ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ସଇଁତଲା ବ୍ଲକର ସମସ୍ତ ପଂଚାୟତ ସ୍ତରରେ କିଭଳି ଭାବରେ ବିଜେଡ଼ି ଦଳ ତଥା ସଂଘଠନ ମଜଭୂତ ହେବ ସେନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟି ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ମନ୍ଦିରରୁ ଆରମ୍ଭ ହୋଇ ଡାକ ବଙ୍ଗଳା ସ୍ଥିତ କଲ୍ୟାଣ ମଣ୍ଡପରେ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଟୁନୁ ରାଜପଳିଆ ଓ ଯୁବ ନେତା ସୁବ୍ରତ ବେହେରା ମିଳିତ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାଏକ, ଟିଟିଲାଗଡ଼ ବ୍ଲକ ଜିଲ୍ଲା ପରିଷଦ ଗୀତା ବିଶି, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସଙ୍ଗଠକ ସୋଭେନ ସିଂଭୋଇ, ସଇଁତଲା ସରପଞ୍ଚ ସୁବ୍ରତ ନାଗ, କରମତଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, କଂସର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ସାହୁ, ଧରପଗଡ଼ ସରପଞ୍ଚଙ୍କ ପ୍ରତିନିଧି ସତ୍ୟନାରାୟଣ ପଣ୍ଡା, ସମିତି ସଭ୍ୟ ମାନଙ୍କ ମଧ୍ୟରେ ଉମାକାନ୍ତ ରଣା, ମଣ୍ଟୁ ନାଗ, ବନ୍ଦିତା ସାହୁ, ବାଞ୍ଛାନିଧି ବୁଡ଼େକ, ସରୋଜିନୀ ବିଭାର ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଡୋଳାମଣି ଥପ୍ପା ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ବେହେରା, ଦୀପକ ଅଗ୍ରୱାଲ, ଦିଲୀପ ରାଜପାଳିଆ, ଚନ୍ଦ୍ରବଦାନ ପୁରୋହିତ, କପିଳ ଭୋଇ, ବଜରଙ୍ଗ ଅଗ୍ରୱାଲ, ଆଦିବାସୀ ନେତା ସନ୍ତୋଷ ପୁଟା, ବିକିଜି ନାଗ, ଟଙ୍କ ସାହୁ, ଅମିତ ରଥ, କାନନ ପଟ୍ଟନାୟକ, ଭୀଷ୍ମ ସାହୁ, ରଥି ସାହୁ, ସାରଥୀ ସାହୁ, ରଂଜିତ ସିଂ, ଛବି ରଣା, ନିଲୁ ମହାନନ୍ଦଙ୍କ ସହ ହଜାର ହଜାର ବିଜେଡ଼ି କର୍ମକର୍ତ୍ତା ସାମିଲ ହୋଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳ କିପରି ମଜବୁତ ହେବ ଓ ଆଗକୁ ବଢିବ ସେନେଇ ବିଭିନ୍ନ ଆଲଚନା ହୋଇଥିଲା । ଆଗାମୀ ଦିନରେ ଆହୁରି ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

babaa
Leave A Reply

Your email address will not be published.