କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ । ଜିଲ୍ଲା ଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖର ହୋଇଉଠିଛି । ୧ ନଭେମ୍ବର ମସିହା ୧୯୪୯ରେ କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଓଡ଼ିଶା ରାଜ୍ୟର ଏକ ଜିଲ୍ଲା ଗଠନ କରାଯାଇଥିଲା ଏବଂ ଭବାନୀପାଟଣାକୁ ଜିଲ୍ଲା ସଦର ମହକୁମା କରାଯାଇଥିଲା । ଆଜି ମାଁ ମାଣିକେଶ୍ଵରୀଙ୍କ ମନ୍ଦିରରୁ ସକାଳ ୮ଟାରେ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରିଥିଲା । କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏବଂ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ମଶାଲ ଧରି ବୀର ବାଦ୍ୟ ଘୁମୁରାର ତାଳେ ତାଳେ ଟାଉନ ହଲ୍ରେ ପହଞ୍ଚିଥିଲେ । ଟାଉନ ହଲ୍ରେ ଜିଲ୍ଲାର ସାଂସଦ, ବିଧାୟକ ଏବଂ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଇଁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପଥୋତ୍ସବ ଦେଖିବାପାଇଁ ଦର୍ଶକ ମାନଙ୍କ ଭିଡ଼ ଲାଗି ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହୁଛି ।
Next Post