oom

‘ରେବତୀ ଲେଖୁଛି ଲୁହରେ ଚିଠି’ ନାଟକର ପାଣ୍ଡୁଲିପି ପୂଜା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ‘ସୁବର୍ଣ୍ଣରେଖା’ର ଆଗାମୀ ବାର୍ଷିକତ୍ସୋବ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକ ‘ରେବତୀ ଲେଖୁଛି ଲୁହରେ ଚିଠି’ର ପାଣ୍ଡୁଲିପି ‘ବ୍ୟାସ ଭବନ’ ପରିସରରେ ଲୋକାର୍ପିତ ହୋଇଯାଇଛି । ପ୍ରାରମ୍ଭରେ ଫକିରମୋହନ ସେନାପତିଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ମହେନ୍ଦ୍ର କୁମାର ମହାଳିକଙ୍କ ରଚିତ ନାଟକ ‘ରେବତୀ ଲେଖୁଛି ଲୁହରେ ଚିଠି’ ପାଣ୍ଡୁଲିପି ପୂଜା ହୋଇ ଲୋକାର୍ପିତ ହୋଇଥିଲା । ନାରୀ ସଶକ୍ତିକରଣ ଆଧାରିତ ସାମାଜିକ ନାଟକର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାଳିକ ନାଟକର କାହାଣୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସହ ନିର୍ଦ୍ଦେଶକ ବିଜୟ କୁମାର ପ୍ରଧାନ ଓ ସାଂସ୍କୃତିକ ସମ୍ପାଦକ ରାଜୀବ ପାତ୍ର ନିଜ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ ସହ ନାଟକର ସଫଳତା କାମନା କରିଥିଲେ । ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ମଞ୍ଚ ପରିଚାଳନା ସହ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଜିତ କୁମାର ମହାପାତ୍ର, ବନବିହାରୀ ରଣା, ପରମେଶ୍ୱର ମହାରଣା, କମଳାକାନ୍ତ ପ୍ରଧାନ, ରବିନ୍ଦ୍ରନାଥ ଜେନା, କବୀନ୍ଦ୍ରନାଥ ଦେଓ, କନକଲତା ଜେନା, ବାଲୁକିଶୋର ପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଦେବଯାନୀ ଘୋଷ, ଛବିରାଣୀ ପ୍ରଧାନ, ସୁଷମା ସାହୁ, ବରୁଣ ମାଝୀ, ସୁବ୍ରତ କୁମାର ଜେନା, ପର୍ଶୁରାମ ମଲ୍ଲିକ, ଦୀପକ ପାଲ, ବ୍ରଜକିଶୋର ପରିଡ଼ା, ମଧୁସୂଦନ ବେଜ, ଗଗନ ପ୍ରଧାନ, ରତିକାନ୍ତ ଆଚାର୍ଯ୍ୟ, ତୁଷାର ମହାପାତ୍ର, କମଳଲୋଚନ ଗାରୁ , ଭାଗ୍ୟଲକ୍ଷ୍ମୀ ପାତ୍ର, ରାଧାକୃଷ୍ଣ ଦଳପତି, ଆନନ୍ଦ ଗିରି, ରାଜେନ୍ଦ୍ର ନାରାୟଣ ଦାସ, କ୍ଷିତିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସମାବେଶକୁ ସଫଳ କରାଇଥିଲେ ।

jittmm
Leave A Reply

Your email address will not be published.