ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସୀଙ୍କ ଦ୍ୱାରା ଆହତ ବୁଲା ବାଛୁରୀର ସେବା ଶୁଶ୍ରୁଷା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ଛକ ନିକଟରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସର କିଛି ଅନ୍ତେବାସୀଙ୍କ ଦ୍ୱାରା ଏକ ଆହତ ବୁଲା ବାଛୁରୀର ସେବା ଶୁଶ୍ରୁଷା କରାଯାଇଛି । ଏହାପରେ ବାଛୁରୀକୁ ଗୃହସ୍ଥୀ ଦ୍ୱାରା ପରିଚାଳିତ ନନ୍ଦଗାଓଁ ଗୋଶାଳାକୁ ହସ୍ତାନ୍ତର କରାଯାଇଛି । ସୁଚନା ମୁତାବକ ଦୁଇଦିନ ପୂର୍ବେ ମହାବିଦ୍ୟାଳୟ ନିକଟରେ ଏକ ଆହତ ବାଛୁରୀକୁ କିଛି ଛାତ୍ର ଦେଖିଥିଲେ । ଏହାପରେ ବାଛୁରିଟିକୁ ଛାତ୍ରାବାସର କିଛି ଅନ୍ତେବାସୀ ଆଣି ଏହାର ପ୍ରାଥମିକ ଚିକିତ୍ସା କରିବା ସହ ଔଷଧ ଦେଇଥିଲେ । ପରେ ବାଛୁରୀଟିର ଅଧିକ ଚିକିତ୍ସା ନିମନ୍ତେ ପ୍ରାଣିଧନ ଚିକିତ୍ସକଙ୍କ ସହଯୋଗ ନିଆଯାଇଥିଲା । ଧିରେ ଧିରେ ବାଛୁରୀଟି ସୁସ୍ଥ ହେବା ପରେ ଏହାକୁ ସେକ୍ଟର-୧୪ରେ ଥିବା ଗୃହସ୍ଥୀ ଦ୍ୱାରା ପରିଚାଳିତ ନନ୍ଦଗାଓଁ ଗୋଶାଳାକୁ ହସ୍ତାନ୍ତର କରାଯାଇଛି । ହା ଫଳରେ ବାଛୁରୀଟି ଅଧିକ ସୁରଷିତ ରହିପାରିବ ବୋଲି ଅନ୍ତେବାସୀମାନେ କହିଛନ୍ତି । ଏହି କାର୍ଯ୍ୟରେ ଛାତ୍ର ବିଶ୍ୱଜିତ ପଲାଇ, ରାହୁଳ ଅଗ୍ରୱାଲ, ସୌମ୍ୟ ରଞ୍ଜନ ମହାପାତ୍ର, ଟିକେଶ୍ୱର ବିଶ୍ୱାଳ, ସୁମିତ ପଟେଲ, ସୁରଜ ପାତ୍ର ଏବଂ ଆଦିତ୍ୟ ପଣ୍ଡିତ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହିଭଳି କାର୍ଯ୍ୟକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.