jsm

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସାମୂହିକ ଶପଥ ପାଠୋତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪’ ପାଳନ ଅବସରରେ ଏକ ସାମୂହିକ ଶପଥ ପାଠ କରା ଯାଇଥିଲା । ଏହି ପାଠୋତ୍ସବରେ ନିଜେ କେବେ ଦୁର୍ନୀତି ନକରିବା ଓ ଦୁର୍ନୀତିକୁ ପ୍ରଶ୍ରୟ ନଦେବା ପାଇଁ ସମସ୍ତେ ଶପଥ ନେଇଥିଲେ । ଏହି ଶପଥ ପାଠ ସମୟରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ପ୍ରଭାତ ବିଶ୍ୱାଳ, ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ଅଧ୍ୟାପକ ପ୍ରଦୀପ କୁମାର ଦେୱାନ, ଅଧ୍ୟାପିକା ମୀନା କୁମାରୀ ସାହୁ, ଅଧ୍ୟାପକ ଦେବରାଜ ସାହୁ, ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ବ୍ୟତୀତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.