oom

୨୭ ବର୍ଷ ପରେ ଜମି ଚିହ୍ନଟ ହେଲା : ବିଧାୟକଙ୍କୁ ଦେଲେ ଧନ୍ୟବାଦ

jsmm

ନୂଆପଡ଼ା, (ଅଜିତ ବେହେରା) : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ଗ୍ରାମପଞ୍ଚାୟତର ନରସିଂହପୁର ଗ୍ରାମର ୧୧ ପରିବାରକୁ ୨୭ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ୪ ଡିସିମିଲ ଲେଖା ଜମି ମିଳିଥିଲା । ସେମାନଙ୍କୁ ଜମି ପଟ୍ଟା ମଧ୍ୟ ମିଳିଥିଲା କିନ୍ତୁ ଜମି ଚିହ୍ନଟ ହୋଇ ନଥିବାରୁ ହିତାଧିକାରୀ ମାନେ ନିରାଶ ହୋଇ ପଡ଼ିଥିଲେ । ଗ୍ରାମର ମଧୁ ବାରିକ, ମକାରୁ ବାରିକ, ଗୁର୍ଜୁ ପରାଭୋଇ, ହର୍ଗୁଲାଲ ମତୁଆଲି, ଅକାଲ ପରାଭୋଇ, ବୈଦନାଥ ପରାଭୋଇ, ଛିନୁ ସଗରିଆ, ଘିନୁ ସଗରିଆ, ଗୌରାଙ୍ଗ ମତୁଆଲି, ରାମ ଭକତ ତେଜି, ନେହେରୁ ତେଜି ଭୂମିହୀନ ହୋଇଥିବାରୁ ସରକାରଙ୍କୁ ଜମି ଖଣ୍ଡେ ପାଇଁ ଆବେଦନ କରିଥିଲେ । ସରକାରୀ ନିୟମ ଅନୁସାରେ ରାଜସ୍ୱ ବିଭାଗ ତରଫରୁ ସେମାନଙ୍କୁ ୪ ଡିସିମିଲ ଲେଖା ଜମି ଦିଆ ଯାଇଥିଲା ଓ ପଟ୍ଟା ପ୍ରଦାନ କରାଯାଇଥିଲା । କିନ୍ତୁ ଜମି ଚିହ୍ନଟ କରାଯାଇ ନଥିଲା । ଫଳରେ ସେମାନେ ଆବାସ ଯୋଜନାରେ ଘର ଖଣ୍ଡେ ମଧ୍ୟ କରିପାରୁ ନଥିଲେ । ଏନେଇ ହିତାଧିକାରୀ ମାନେ ବାରମ୍ବାର ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ଆସି ଜଣାଇଲେ ମଧ୍ୟ କୌଣସି ସଫଳତା ମିଳିନଥିଲା । ଦୀର୍ଘ ୨୭ ବର୍ଷ ଧରି ସେମାନେ ନ୍ୟାୟ ପାଇ ପାରୁ ନଥିଲେ । ଏନେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଜଣାଇଲା ପରେ ସେ ରାଜସ୍ୱ ବିଭାଗ ସହିତ ଯୋଗାଯୋଗ କରିଥିଲେ । ତାଙ୍କରି ଉଦ୍ୟମ ବଳରେ ସମସ୍ତଙ୍କ ଜମି ଚିହ୍ନଟ ହୋଇଥିଲା । ଏବେ ସମସ୍ତେ ଖୁସି ଯେ, ଏତେ ବର୍ଷ ପରେ ତାଙ୍କ ପାଖକୁ ଜମି ଖଣ୍ଡେ ଆସିଲା । ଏନେଇ ବିଧାୟକ ଓ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମ ପାଇଁ ସମସ୍ତେ ସାଧୁବାଦ୍ ଜଣାଇଛନ୍ତି ।

jittmm
Leave A Reply

Your email address will not be published.