csstore

ପଦ୍ମପୁର ଠାରେ ‘ପ୍ରଜ୍ଞା ପ୍ରବାହ’ର ନୂତନ ଶାଖା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶିଶୁ ମନ୍ଦିରଠାରେ ଜୟନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ‘ପ୍ରଜ୍ଞା ପ୍ରବାହ’ର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା ‘ପ୍ରଜ୍ଞା ପ୍ରବାହ’ ଗଠନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ ସର୍ବସମ୍ମତି କ୍ରମେ ଅଂଚଳ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପକ ଖଗେଶ୍ୱର ଦାଶ ସଂଯୋଜକ, ଅବସରପ୍ରାପ୍ତ ପରୀକ୍ଷାଗର ପ୍ରଦର୍ଶକ ଚୌବନ ସ୍ୱାଇଁ ସହସଂଯୋଜକ, ଡକ୍ଟର ଟିକେଶ୍ୱର ନାଏକ ସମ୍ପାଦକ, ଶିକ୍ଷକ ରାକେଶ ସାହୁ ସହ ସମ୍ପାଦକ, ଶ୍ରୀମତୀ ଅଞ୍ଜଳି ଦାଶ ମହିଳା ଆୟମ ପ୍ରମୁଖ ଏବଂ ରୁପେଶ କୁମାର ସାହୁ ୟୁବା ଆୟମ ପ୍ରମୁଖ ଭାବେ ମନୋନୀତ ହୋଇଥିଲେ । ପରିଚାଳନା କମିଟିର ସଦସ୍ୟ ଭାବେ ଆଇନଜୀବୀ ଦିଲ୍ଲୀପ ପ୍ରଧାନ, ଅଧ୍ୟାପକ ଶିବପ୍ରସାଦ ସା, ଡକ୍ଟର ସ୍ୱାଧୀନ ଚନ୍ଦ୍ର ପ୍ରଧାନ, ଶିକ୍ଷକ କ୍ଷୀରସିନ୍ଧୁ ସୁନା ଏବଂ କମଳାକାନ୍ତ ପାଣିଗ୍ରାହୀ ମନୋନୀତ ହୋଇଥିଲେ । ଶେଷରେ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ । ଚିନ୍ମୟ ପଣ୍ଡା, ଶାନ୍ତନୁ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, କିଶୋର ପାତ୍ର, ସତ୍ୟବାନ ପ୍ରଧାନ, କ୍ଷୀରସିନ୍ଧୁ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.