ବଲାଙ୍ଗିର ପି.ପି. ଏକାଡେମୀ ହାଇସ୍କୁଲ ଆଲୁମିନି ଉତ୍ସବ ପାଳନ ପାଇଁ ୮୯ ବ୍ୟାଚ୍‌ର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବ ପୁରାତନ ହାଇସ୍କୁଲ ମଧ୍ୟରୁ ପି.ପି. ଏକାଡେମୀ ହାଇସ୍କୁଲ ଅନ୍ୟତମ । ହାଇସ୍କୁଲର ପୁରାତନ ଓ ବର୍ତ୍ତମାନର ଛାତ୍ରମାନଙ୍କୁ ନେଇ ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହାଇସ୍କୁଲର ଆଲୁମିନି ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ସଫଳ କରିବା ପାଇଁ ୮୯ ବ୍ୟାଚ୍‌ର ପୁରାତନ ଛାତ୍ରମାନଙ୍କୁ ନେଇ ଆଜି ପିପି ଏକାଡେମୀ ଲାଇବ୍ରେରୀ ହଲ୍‌ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୮୯ ବ୍ୟାଚ୍‌ର କେତେକ ଛାତ୍ର ଏହି ବୈଠକରେ ଯୋଗଦେଇ ହେବାକୁ ଥିବା ଆଲୁମିନି ଉତ୍ସବକୁ ସଫଳ କରିବା ପାଇଁ ସର୍ବ ସମ୍ମତିକ୍ରମେ ଗୃହିତ କରିଥିଲେ । ବୈଠକରେ ସନ୍ତକ ବହିଦାର, ମୁନା ପଣ୍ଡା, ଶ୍ରୀଧର ନାୟକ, ରିୟାଜ ଖାନ, ଅଜିତ ପଣ୍ଡା, ନିଳମଣି ହାତି, ବିଷ୍ଣୁ ଅଗ୍ରୱାଲ ଓ ବାବୁ ପୁଜାରୀଙ୍କ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.