csstore

ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

ଦେଓଗାଁ, (କେପିଏନ୍‌ଏସ୍‌) : ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ଦେଓଗାଁ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର୍ ଓ ଜୁନିଅର ବିଭାଗର ରଚନା, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ ବିଜୟୀ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନ କରିବା ପାଇଁ ଚୟନ କରାଯାଇଥିଲା । ପୁରସ୍କାର ବିତରଣ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଗୁରୁଙ୍କ ସଭାପତିତ୍ୱରେ, ରାଜ୍ୟ ପୁରସ୍କାର ପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି, ଦାଶରଥି ଥନାପତି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମାନନୀୟ ଅତିଥି, କବିରାଜ ମାଝୀ ସମ୍ମାନିତ ଅତିଥି, ସିଆର୍‌ସିସିଗଣ ପରିଚାଳନା କରିଥିବା ବେଳେ ସଞ୍ଜିବ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.