ଭିଜିଲାନ୍ସ ଜାଲରେ ରାଜସ୍ଵ ନିରୀକ୍ଷକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ସିନ୍ଦୁରପୁର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ୨୦ ହଜାର ଟଙ୍କା ଲଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଜମିର କିସମ ପରିବର୍ତ୍ତନ ପାଇଁ ସୂର୍ୟ୍ୟ କୁମାର ମହାକୁରଙ୍କ ସହ ୬୦ ହଜାର ଟଙ୍କାରେ ମୂଲଚାଲ ହୋଇଥିଲା । ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତି ୨୦ ହଜାର ଟଙ୍କା ଲାଞ୍ଚ ଦେବାବେଳେ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ଅଭିଯୁକ୍ତଙ୍କ ଠାରୁ କେମିକାଲ୍‌ ପ୍ରଲେପ ଥିବା ୨୦ ହଜାର ଟଙ୍କା ଭିଜିଲାନ୍ସ ଉଦ୍ଧାର କରିଥିବାବେଳେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତା’ ସହିତ ଡୁଙ୍ଗୁରିପାଲି ସ୍ଥିତ ତାଙ୍କ ପୈତୃକ ବାସଭବନ ଓ କାର୍ୟ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.